News portal website
before header
[URIS id=5393]

OPSC Rank-29 ରେ ବଡଚଣାର ପୁଅ!

0 587

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୯ତମ ସ୍ଥାନ ହାସଲ କରି ବଡ଼ଚଣା ପାଇଁ ଗୌରବ ଆଣିଛନ୍ତି ମାନସ ମୋହନ ସେଠ !
ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ୨୦୨୧-୨୨ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡ଼ା ଗ୍ରାମର ଶ୍ରୀମାନ ମାନସ ମୋହନ ସେଠ ୨୯ତମ ସ୍ଥାନ ହାସଲ କରି ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍) ହେବାରେ ସଫଳ ହୋଇଛନ୍ତି ।ଭଗବତୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ମଦନ ମୋହନ ସେଠ ଏବଂ ଗୃହିଣୀ ଶ୍ରୀମତୀ ରେଣୁକା ସେଠଙ୍କ ଏକମାତ୍ର ସୁପୁତ୍ର ମାନସ ଅଟନ୍ତି।

ଜଣେ ମେଧାବୀ ଛାତ୍ର ଭାବେ ନିଜର ଦକ୍ଷତାର ପ୍ରମାଣ ଦେଇ ଆସିଛନ୍ତି।ସିହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ସେ ୫ମ ଶ୍ରେଣୀରେ ବୃତ୍ତି ପାଇଥିବା ବେଳେ ୭ମ ଶ୍ରେଣୀରେ ପଢ଼ିବା ସମୟରେ ଜାତୀୟ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।ହାଇସ୍କଲ ଶିକ୍ଷା ସମାପ୍ତ କରିବା ପରେ ସେ ଓୟୁଏଟିରେ ଅଧ୍ୟୟନ କରି ବିଏସସି ଏଜିରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହେବା ସହ ଜୁନିୟର ରିସର୍ଚ୍ଚ ଫେଲୋସିପ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୪୨ତମ ସ୍ଥାନ ଅଧିକାର କରି ଗୁଜରାଟର ଆନନ୍ଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଏମଏସସି ଏଜିରେ ଟପ୍ପର ହୋଇ ସ୍ଵର୍ଣ୍ଣପଦକ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ମଧ୍ୟ କରିଥିଲେ।

ଦ୍ଵିତୀୟ ଉଦ୍ୟମରେ ସେ ଆଜି ଏହି ସଫଳତା ପାଇଥିବା ବେଳେ ସିନିୟର୍ ରିସର୍ଚ୍ଚ ଫେଲୋସିପ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୦ମ ସ୍ଥାନ ଅଧିକାର କରି ମାନସ ବର୍ତ୍ତମାନ ଓୟୁଏଟିରେ ଆଗ୍ରୋନୋମି ଉପରେ ପିଏଚଡ଼ି କରୁଛନ୍ତି ।ମାନସଙ୍କ ଏହି ସଫଳତାରେ ନିଜ ଗାଁରେ ଖୁସିର ଲହରୀ ଖେଳିଯାଇଛି। ତତ୍ ସହିତ ସିହା ଗ୍ରାମରେ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିବାର ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ଆଜି ମଧ୍ୟ ତାଙ୍କ ପାଇଁ ବେଶ୍ ଗର୍ବିତ।ଏହି ଅବସରରେ ମାନସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଆଜିର ସଫଳତା ପରେ ନିଜର ଖୁସିବ୍ୟକ୍ତ କରିବା ସହ ପ୍ରତିକ୍ରିୟା ଦେଇ ତାଙ୍କର ସମସ୍ତ ଉଚ୍ଚଶିକ୍ଷା କେବଳ କୃଷି ଉପରେ ଯେହେତୁ ପର୍ଯ୍ୟବେଶିତ ରହି ଆସିଛି ଆଗାମୀ ଦିନରେ କୃଷି କ୍ଷେତ୍ରରେ ତାଙ୍କୁ ନିଯୁକ୍ତି ମିଳିଲେ ସେଥିରେ ସେ ସଫଳତାର ସହ ନିଜର ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିବାରେ ବେଶ୍ ସଫଳ ହୋଇ ପାରିବେ ବୋଲି ମାନସ ଆଶାବ୍ୟକ୍ତ କରି କହିଛନ୍ତି ।

Leave A Reply

Your email address will not be published.