News portal website
before header
[URIS id=5393]

ଧନ୍ଯବାଦ ଓଡ଼ିଶାବାସୀ;ଅଷ୍ଟିନ୍ ନ୍ଯୁଜ ପ୍ରତିଷ୍ଠାତା।

0 564

ଭୁବନେଶ୍ୱର

ତା-୧୫-୧୧-୨୦୨୦

ଯେଉଁ ସମୟରେ ଖବର ବିକ୍ରି ହୋଇଯାଏ,ଚପା ହୋଇଯାଏ, ଗଣମାଧ୍ୟମ ନିଜର ସ୍ବାର୍ଥ ସ୍ବାଛନ୍ଦ ପାଇଁ, ସମ୍ବେଦନଶୀଳ ଖବର ଗୁଡିକୁ ଏଡାଇ ଯାଆନ୍ତି। ସେ ସମୟରେ ଗଣମାଧ୍ୟମର ନିରପେକ୍ଷତା, ସ୍ବାଧୀନତାକୁ ନେଇ ଅନେକ ପ୍ରଶ୍ନ ଆସେ?

ଆଜିର ଦିନରେ ଗଣମାଧ୍ୟମ ସଂସ୍ଥାମାନଙ୍କ ମଧ୍ଯରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ବେଳେ, ସେ ସମୟରେ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରରେ ରହି, ସାଧାରଣ ଲୋକଙ୍କ ପାଇଁ ଯଥା ସମ୍ଭବ କାର୍ଯ୍ୟ କରି ଆସିଛୁ।

ଆଜିକୁ ଠିକ୍ ଗୋଟିଏ ବର୍ଷ ତଳେ ଅର୍ଥାତ୍ ୧୬-ନଭେମ୍ବର-୨୦୧୯ ମସିହାରେ, ଅଷ୍ଟିନ୍ ନ୍ୟୁଜ୍ ସର୍ବପ୍ରଥମେ ନିରପେକ୍ଷ ଖବର ନାମରେ ସାମାଜିକ ଗଣମାଧ୍ୟମରେ ଗଢିଉଠିଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ ହୋଇ ଅଷ୍ଟିନ୍ ନ୍ୟୁଜ୍ ଓ୍ବେବପୋର୍ଟାଲ ଗଢିଉଠିଲା। ଏହା ସହ ସାମାଜିକ ଗଣମାଧ୍ୟମରେ ମଧ୍ଯ ବେଶ ଜନାଦୃତ ଲାଭ କଲା।

ସାଧାରଣ ମଣିଷ, ଅସାଧାରଣ ଚିନ୍ତାଧାରାର ପ୍ରତିଫଳନରେ ଗଣମାଧ୍ୟମ ସଂସ୍ଥାଟିଏ ଗଢ଼ି ତୋଳିବାର ସ୍ବପ୍ନକୁ ସାକାର କରୁଛି। ଯେଉଁ ସମୟରେ ସାଧାରଣ ସାମ୍ବାଦିକଟେ ନାମ କରା ଅନୁଷ୍ଠାନରେ ନିଜକୁ ସାମିଲ କରି ନିଜର ପରିଚୟ ତିଆରି କରେ। ସେ ସମୟରେ ନୂତନ ପିଢୀର ସାମ୍ବାଦିକଙ୍କ ମିଳିତ ଉଦ୍ୟମରେ ଅଷ୍ଟିନ୍ ନ୍ୟୁଜ୍ ଗଢ଼ି ଉଠେ। ଭଏସ ଅଫ ନ୍ୟୁ ଜେନେରେସନର ନାରା ଦେଇ।

ଦିନକୁ ଦିନ ଓ୍ବେବପୋର୍ଟାଲର ଭୂମିକା ଜନମାନସରେ ଗୁରୁତର ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ସମୟରେ ବିବାଦ ମଧ୍ଯ କୁ ଆସିଛନ୍ତି ଅନେକ ଓ୍ବେବପୋର୍ଟାଲ।

ତେବେ ସେ ସବୁରୁ ଦୂରତ୍ବ ରକ୍ଷା କରି ସମାଜରେ ସାଧାରଣ ଜନତାର ପ୍ରସଙ୍ଗ ଉଠାଇବାକୁ ଚେ଼ଷ୍ଟା କରିଛୁ। ସେଥିପାଇଁ ବିଭିନ୍ନ ସମୟରେ ରାଜନୈତିକ ଆକ୍ରୋଶ, ଆକ୍ରମଣ, କୁ ମଧ୍ଯ ସାମ୍ନା କରିବାକୁ ପଡିଛି। ସେ ସବୁକୁ ଖାତିର ନ କରି ଅଷ୍ଟିନ୍ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ଆଗକୁ ବଢିଛୁ।

ଏହା ମଧ୍ଯରେ ଅନେକ ସଦସ୍ଯ ଅଷ୍ଟିନ୍ ପରିବାରରୁ ବିଦାୟ ନେଇ ପ୍ରତିଷ୍ଠିତ ଗଣମାଧ୍ୟମରେ ବର୍ତ୍ତମାନ କାର୍ଯ୍ଯରତ। ସେମାନଙ୍କର ସେ ସହଯୋଗ,ସମୟ,ଶ୍ରମ ଅନୁଷ୍ଠାନ ପ୍ରତି ସର୍ବଦା ଶ୍ରେୟ ହୋଇ ରହିବ।ଓଡ଼ିଶାବାସୀଙ୍କ ଅଷ୍ଟିନ୍ ନ୍ୟୁଜ୍ କୁ ଭଲପାଇବା, ଗ୍ରହଣ କରିବା, ବିଶ୍ବାସନୀୟତାକୁ ନେଇ ଅଷ୍ଟିନ୍ ନ୍ୟୁଜ୍ ଚାଲୁଛି।

ସଫଳତାର ସବୁତକ ଶ୍ରେୟ ଅଷ୍ଟିନ୍ ପରିବାରର ସମସ୍ତ ସଦସ୍ଯ, ସାଢେ ଚାରିକୋଟି ଓଡ଼ିଆ, ଓଡିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ।

ପରିଶେଷରେ ଏତିକି ବାର୍ତ୍ତା

ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଯେତେଦୂର ସମ୍ଭବ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଖବର ସଂଗ୍ରହ କରି ପରିବେଷଣ କରିବା ସହ ଗଣମାଧ୍ୟମ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରରେ ରହି ନୂତନ ପିଢୀର ସ୍ବର ସାଜିବା ଲକ୍ଷ୍ଯରେ ଅଷ୍ଟିନ୍ ନ୍ୟୁଜ୍।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। www.austinnews.in

https:/facebookaustinnews.in

https:/youtubeaustinnews.in

https:/twitter@AustinNewsMedia

Leave A Reply

Your email address will not be published.