News portal website
before header
[URIS id=5393]

ମହଙ୍ଗା ପଡ଼ିଲା ମ୍ୟାଡାମଙ୍କ ଦବଙ୍ଗଗିରୀ-ଦୁଇ ବର୍ଷ ପାଇଁ କୌଣସି ଥାନା ବାରଣ୍ଡା ମନା !

0 247

ଭୁବନେଶ୍ୱର

ତା-୧୪-୧୧-୨୦୨୦

କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣା ! ତାଙ୍କୁ ୨ବର୍ଷ ପର୍ଯ୍ୟନ୍ତ କୌଣସି ଥାନାରେ ପୋଷ୍ଟିଂ ଓ ଫିଲ୍ଡ ଡ୍ୟୁଟି ନ ଦେବା ସହ ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବା ଆବଶ୍ୟକ ତାର ଅଧିକ ଜ୍ଞାନ ଆହରଣ ପାଇଁ ତାଙ୍କୁ ତାଲିମ୍ ପାଇଁ ପଠାଇ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି !

ସୂଚନାଯୋଗ୍ୟ ଯେ ଗତ ମେ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ ସେହି ଆଇଆଇସି ନିସ୍ତୁକ ପିଟିବା ସହ ଗୋଇଠା ମାରୁଥିବା ଭିଡିଓ ସେତେବେଳେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଥିଲା ! ଘଟଣା ନଜରକୁ ଆସିବା ପରେ ସଂଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଥିଲେ ଏବଂ ତାଙ୍କ ଦରମାରୁ କାଟି ୧୦ହଜାର ଟଙ୍କା ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ !

କମିଶନଙ୍କ ଆଜିର ଏହି କଠୋର କାର୍ଯ୍ୟାନୁଷ୍ଠାନ ଅଭିଯୁକ୍ତଙ୍କ ପ୍ରତି ଏଭଳି ମାନସିକତା ବହନ କରୁଥିବା ପୋଲିସ୍ ଅଧିକାରୀମାନଙ୍କୁ ନିଶ୍ଚିତ ଭାବେ ସଚେତନ କରିବ ବୋଲି ଆଶା କରାଯାଉଛି !

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

https:/facbookaustinnews.in

https:/youtubeaustinnews.in

https:/twitter@austinnewsmedia

Leave A Reply

Your email address will not be published.