News portal website
before header
[URIS id=5393]

ପୁରୀ ଜିଲ୍ଲାରେ ସିଙ୍ଘମ!

0 192

ପୁରୀ:

ତା-୨୨-ନଭେମ୍ବର-୨୦୨୦

ପୁରୀ ହାଜତ ମୃତ୍ୟୁ ମାମଲା ପରେ ତତ୍‌କାଳୀନ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ସମ୍ବଲପୁର ଏସ୍‌ପି କନୱର ବିଶାଲ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଗତ ବର୍ଷ ସମ୍ବଲପୁରର ତତ୍‌କାଳୀନ ଏସ୍‌ପି ସଞ୍ଜିବ ଆରୋରାଙ୍କୁ ରାଜ୍ୟ ସରକାର ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା। ଏହା ସହ ୪ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଥିଲା । ପରେ ରାଜ୍ୟ ସରକାର କୋରାପୁଟ ଏସ୍‌ପି ଶ୍ରୀ ସିଂହଙ୍କୁ ସମ୍ବଲପୁର ଏସ୍‌ପି ଭାବେ ବଦଳି କରିଥିଲେ । ୨୦୧୯ରେ ଅଗଷ୍ଟ ମାସ ୨୬ ତାରିଖ ଦିନ  ସମ୍ବଲପୁର ଏସ୍‌ପି ଭାବେ ଦାୟିତ୍ୱ ନେବା ପରେ ସେ ଆରମ୍ଭ କରିଥିଲେ ଅପରେଶନ କ୍ଲିନ୍‌ସୁଇପ୍‌ ।ସମ୍ବଲପୁର ଜିଲ୍ଲାରୁ ଅପରାଧୀଙ୍କୁ ଦମନ ପାଇଁ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ରଣନୀତି । ତାଙ୍କ ନେତୃତ୍ୱରେ ପୁଲିସ ବର୍ଷକ ଭିତରେ ୪ ଏନ୍‌କାଉଣ୍ଟର କରିବା ସହ ୨୦୦ରୁ ଅଧିକ ଅପରାଧୀ ମାନଙ୍କୁ ଗିରଫ କରି ଜେଲ ପଠାଇଛି । 2019 ସେପ୍ଟେମ୍ବର ୨ ତାରିଖରେ ଧନୁପାଲି ସିଟି ଷ୍ଟେସନ ନିକଟରେ ମୋସିମ୍‌ ଅକତର ଓରଫ ବିଟ୍ଟୁ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ତାକୁ ଏନ୍‌କାଉଣ୍ଟର କରିବାରେ ସଫଳ ହୋଇଥିଲା । ସେହି ପରି ଟାଉନ, ଧନୁପାଲି ଏବଂ ଅଇଁଠାପାଲି ଅଞ୍ଚଳରେ ହେଉଥିବା ଅବାଧ ନିଶା କାରବାର ରୋକିବା ସହ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ପାଇଥିଲା ପୁଲିସ । ତେବେ ପୁରୀ ଜିଲ୍ଲାର ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ପତିତପାବନଙ୍କ ଦର୍ଶନ କରିଛନ୍ତି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ

www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.