News portal website
before header
[URIS id=5393]

ମାଗଣାରେ ରେନି ପ୍ରୋଜେକ୍ଟ!

0 230

ଭୂତଳ ଜଳ ସଂରକ୍ଷଣ ପାଇଁ ରେନି ପ୍ରୋଜେକ୍ଟ।

ବର୍ତ୍ତମାନ ମାଟିର ଘୋର ଅଭାବ,ଯେଉଁଆଡକୁ ଲକ୍ଷ କରିବେ କଂକ୍ରିଟ,କୋଠା ଏବଂ ଟାଇଲରେ ଭରପୁର।ବର୍ଷା ହେଲେ ବର୍ଷା ଜଳ ଗଡ଼ିକି ନାଳ ନଈ କୁ ପଳାଇଯାଉଛି,ମାଟି ତଳକୁ ଯେତିକି ପରିମାଣର ଯିବା କଥା ଯାଇପାରୁନାହିଁ।ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଭୁବନେଶ୍ୱର ବାସୀଙ୍କ ପାଇଁ ରେନି ପ୍ରୋଜେକ୍ଟ ବ୍ୟବସ୍ଥା କରିଛି।

ଦିନକୁ ଦିନ ମାଟି ତଳେ ଜଳ ସ୍ତର କମୁଥିବା ବେଳେ, ଭୁବନେଶ୍ୱର ବାସୀ ନିଜ ଛାତରୁ ନଷ୍ଟ ହେଉଥିବା ବର୍ଷା ଜଳକୁ ରେନି ପ୍ରୋଜେକ୍ଟ ମାଧ୍ୟମରେ ଆବର୍ଜନା ନିସ୍କାସନ କରି ମାଟି ତଳକୁ ଛାଡି ପାରିବେ।

ଭୁବନେଶ୍ୱର ମହାନଗର ନିଗମ ଏହି ପ୍ରୋଜେକ୍ଟ ଜନ ସାଧାରଣଙ୍କୁ ମାଗଣାରେ ଏହା ଯୋଗେଇ ଦେଉଛି ବୋଲି,ରେନି ପ୍ରୋଜେକ୍ଟ କରିଥିବା ଭୁବନେଶ୍ୱର ସ୍ଥିତ ଚକେଇଶିଆଣି ଅଞ୍ଚଳର ସମାଜସେବୀ ଗଗନ ପାଇଟାଲ କହିଛନ୍ତି।ଏହି ଯୋଜନାରେ ତାଙ୍କ ଘରର ଛାତରେ ଭୁବନେଶ୍ୱର ମହାନଗର ନିଗମ ରେନି ପ୍ରୋଜେକ୍ଟ ଲଗାଇଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.