News portal website
before header
[URIS id=5393]

ବଡଚଣା ବିକାଶ ପରିଷଦର ବାର୍ଷିକ ଉତ୍ସବ ଶେଷ।

0 175

ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ନୂତନ କରି ଗଢି ଉଠିଥିବା ସାମାଜିକ ସଂଗଠନ ବଡଚଣା ବିକାଶ ପରିଷଦର ବାର୍ଷିକ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି।ସଭାପତି ଚିନ୍ମୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ମୋଟର ସାଇକେଲରେ ଏକ ଶୋଭାଯାତ୍ରା କୋଲଣଗିରି ଠାରୁ ନାନପୁର ସ୍ଥିତ ସୂର୍ଯ୍ୟ ମଣ୍ଡପ ପର୍ଯ୍ୟନ୍ତ ହୋଇଥିଲା।ଶୋଭଯାତ୍ରାରେ ଯୁବ ଛାତ୍ର,ମହିଳା,ଗରିବ, ଖଟିକିଆ, ଶ୍ରମିକ,ମୂଲିଆ ସାମିଲ ହୋଇଥିଲେ।

ମୋ ପରିବାର ପ୍ରତିପୋଷଣ ପରେ, ଯାହା ମୋର ପୁଞ୍ଜି ରହିବ ତାହାକୁ ବଡଚଣାର ସାମଗ୍ରିକ ବିକାଶ ପାଇଁ ମୁଁ ଦାନ କରିବି ବୋଲି ସଭାପତି ଭରା ସଭାରେ ଉଦବୋଧନ ଦେଇଥିଲେ।ସଭାରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଅଜୟ ଜେନା କରିଥିବା ବେଳେ, ସମ୍ପାଦକୀୟ ବିବରଣୀ ସୁମନ୍ତ ଜେନା ପାଠ କରିଥିଲେ।

ଶିକ୍ଷା,ସ୍ୱାସ୍ଥ୍ୟ,କ୍ରୀଡ଼ା,ସାହିତ୍ୟ,ପ୍ରଗତିଶୀଳ ମହିଳା,ସଂସ୍କୃତି,ସମାଜସେବା କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର,ସମ୍ବର୍ଦ୍ଧନା ଟ୍ରଫି,ଉତ୍ତରୀୟ ପୁଷ୍ପମାଳ ଦେଇ ସମ୍ମାନୀତ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ନୀର୍ମଳା କୃତି ବିକାଶ ଟ୍ରଷ୍ଟ ଚେୟାରମ୍ୟାନ ଇଂ. ଦିଲ୍ଲୀପ କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଆଶ୍ରିତର ମୁଖ୍ୟ ସମ୍ପାଦକ ଶ୍ରୀ ଗୁରୁଚରଣ ଦାସ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବୈଜ୍ଞାନିକ ଡ଼.ପ୍ରଦୀପ୍ତ ମିଶ୍ର ଯୋଗ ଦେଇ ନିଜ ନିଜର ମତାମତ ରଖିଥିଲେ।

ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ପଣ୍ଡା,ଭରଷା ଫାଉଣ୍ଡେସନ ମୁଖ୍ୟ ଅମରେନ୍ଦ୍ର ମହାପାତ୍ର,କବି ସୁବାସ ଚନ୍ଦ୍ର ଭୂୟାଁ,ବିଶ୍ୱପ୍ରକାଶ ମହାନ୍ତି,ବିଭୁତି ମହାପାତ୍ର,ଉପସ୍ଥିତ ଜନ ସାଧାରଣ ଯୋଗ ଦେଇ ଅନୁଷ୍ଠାନର ଉତ୍ତରତୋର କାମନା କରିଥିଲେ, ଶେଷରେ ସମସ୍ତଙ୍କ ଉପସ୍ଥିତ ଏବଂ ସହଯୋଗ ପାଇଁ ସଭାପତି ଚିନ୍ମୟ କୁମାର ପ୍ରଧାନ ଧନ୍ୟବାଦ ଦେଇ ସଭା କାର୍ଯ୍ୟକ୍ରମ ଶେଷ କରିଥିଲେ।

Leave A Reply

Your email address will not be published.