News portal website
before header
[URIS id=5393]

ରାସନ ଚାଉଳ ପ୍ରଦାନ ସମୟରେ ପଞ୍ଚାୟତ ପ୍ରତିନିଧିଙ୍କ ତଦାରଖ!

0 268

ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଯୋଗାଣ ବିଭାଗ ଅଧୀନରେ ଯାଉଥିବା ସାଉଡ଼ିଆ ପଞ୍ଚାୟତ।ସାଉଡ଼ିଆ ଗ୍ରାମର ସରକାରୀ ଖୁଚୁରା କେନ୍ଦ୍ରରେ ଆଜି ସରପଞ୍ଚ ଶ୍ରୀ ଜଗନ୍ନାଥ ଖଣ୍ଡାଇ,ସମିତିସଭ୍ୟ ସୁରେନ୍ଦ୍ରନାଥ ସେନାପତି,ୱାର୍ଡ ପ୍ରତିନିଧି ଆଲୋକ କୁମାର ପ୍ରଧାନ ଯାଇ ତଦାରଖ କରୁଥିବାର ଦେଖିବାକୁ ମିଳିଥିଲା।

ଏହି ସରକାରୀ ଖୁଚୁରା କେନ୍ଦ୍ରରେ ଗୋପୀନାଥ ପରିଡା ରାସନ ସାମଗ୍ରୀ ବଣ୍ଟନ କରୁଛନ୍ତି।ରାସନ ଚାଉଳ ଓଜନରେ କମ ହେଉଛି ବୋଲି ଗତକାଲି କିଛି ହିତାଧିକାରୀ ପଞ୍ଚାୟତ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ।ଏ ସଂକ୍ରାନ୍ତରେ ଖବର ପାଇ ପଞ୍ଚାୟତ ଜନ ପ୍ରତିନିଧି ଆଜି ସକାଳ ୧୦ଟା ସମୟରେ,ଆସି ସାଉଡ଼ିଆ ସ୍ଥିତ ରାସନ କେନ୍ଦ୍ରରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।ହିତାଧିକାରୀ ମଧ୍ୟ ଚାଉଳ ନେଉଥିଲେ।

ରାସନ କେନ୍ଦ୍ରରେ ଚାଉଳ ଓଜନ ସମୟରେ ଅନୁଧ୍ୟାନ କରିବା ସହ,ଉପସ୍ଥିତ ହିତାଧିକାରୀଙ୍କ ଆଗରେ ଅନ୍ୟ ଏକ କମ୍ପ୍ୟୁଟର ଓଜନ କଣ୍ଟା ଆଣି ଓଜନ ହୋଇଥିବ ଚାଉଳକୁ ପୁନର୍ବାର ଓଜନ କରାଯାଇଥିଲା।ରାସନ କଣ୍ଟା ଓଜନ ଠାରୁ ସାଧାରଣ କଣ୍ଟା ଓଜନ ଅଧିକ ଥିବାର ଦେଖିବାକୁ ମିଳିଥିଲା।ହିତାଧିକାରୀଙ୍କ ଓଜନ ଜନିତ ଦ୍ଵନ୍ଦକୁ ସରପଞ୍ଚ ଦୂର କରିଥିଲେ।ଆମେ ପବ୍ଲିକ ଡିଷ୍ଟ୍ରିବୁସନ ସିଷ୍ଟମରେ କୌଣସି ତ୍ରୁଟି ରଖିବୁ ନାହିଁ-ଖୁଚୁରା କେନ୍ଦ୍ର ଡିଲର ଗୋପୀନାଥ ପରିଡା କହିଛନ୍ତି। ଅନ୍ୟପଟେ ଦୁଇଟା ଡିଲର ବଣିଆରୀ ଗ୍ରାମ ଏବଂ ସାଉଡ଼ିଆ ଗ୍ରାମର ହିତାଧିକାରୀଙ୍କ ରାସନ ସାମଗ୍ରୀ ଡିଲର ଗୋପୀନାଥ ଉଠାଇ, ହିତାଧିକାରୀଙ୍କୁ ବଣ୍ଟନ କରୁଥିବାର ସୂଚନା ମିଳିଛି।

ଆଗାମୀ ଦିନରେ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ କାର୍ଯ୍ୟକୁ ତଦାରଖ କରାଯାଇ ଲୋକଙ୍କ ନିକଟବର୍ତ୍ତୀ ହେବୁ ବୋଲି ପଞ୍ଚାୟତ ପ୍ରତିନିଧି ସୂଚନା ଦେଇଛନ୍ତି।

Leave A Reply

Your email address will not be published.