News portal website
before header
[URIS id=5393]

ବାଦ-ବିବାଦ-ପ୍ରତିବାଦରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ!

0 320

ଏଭିଳି ଘଟଣା ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।ବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ କରି ବିଦ୍ୟାଳୟ କତ୍ତୃପକ୍ଷ ଓ ପରିଚାଳନା କମିଟି ହଟହଟା ହେଇଥିବାର ଦେଖିବାକୁ ମିଳିଥିଲା।

ବିଧାୟକଙ୍କ ଗ୍ରସ୍ତ ପୂର୍ବରୁ ପଞ୍ଚାୟତ ପ୍ରତିନିଧିଙ୍କ ସମ୍ପର୍କୀୟ,ସମର୍ଥକ ଓ କର୍ମକର୍ତ୍ତା ଏକଜୁଟ ହୋଇ ବିଦ୍ୟାଳୟ ପରିସରରେ ପଶି ଜୋର ଜବରଦସ୍ତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଗେଣ୍ଡୁମାଳ ପକେଇବାକୁ ଉଦ୍ୟମ କରିବା,ଏବଂ ହରିବୋଲ ପକାଇବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି,ସଦସ୍ୟଙ୍କ ସହ ଠେଲା ପେଲା ହୋଇଥିବାର ଦେଖିବାକୁ ମିଳିଥିଲା।ପରିସ୍ଥିତି ଏଭଳି ଉପୁଜିଥିଲା ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ଜନସାଧାରଣ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଇଆରବି ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।

ପରବର୍ତ୍ତୀ ସମୟରେ ବାଲିଚନ୍ଦ୍ରପୁର ଥାନା ପୋଲିସ ଓ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଆସି ଦୀର୍ଘ ସମୟ ଧରି ଉତ୍ୟକ୍ତ ଜନତା ଓ ଜନପ୍ରତିନିଧିଙ୍କୁ ବୁଝାସୁଝା କରିଥିଲେ।ହେଲେ ଆୟୋଜିତ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଢଙ୍ଗରେ ହୋଇ ନ ଥିବା ଦର୍ଶାଇ ଅଭିଯୋଗ କରିଥିଲେ।ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା ସମୟରେ ମୁଁହରେ କପଡା ବାନ୍ଧି ଗୋପାଳପୁର ଗ୍ରାମ ପାଞ୍ଚାୟତର ନ୍ୟାୟ ସରପଞ୍ଚ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ,ବିଜେପି କର୍ମକର୍ତା ନୀରବ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଘଟଣା ଉପରେ କଡା ନଜର ଏବଂ ସ୍ଥିତି ନିୟନ୍ତ୍ରଣଧୀନ ରହିଛି।କେଉଁ ପରିସ୍ଥିତିରେ ଏଭିଳି ଘଟଣା ଘଟିଲା ତାହା ଓପରେ ଭେରିଫାଏ କରାଯିବ ବୋଲି ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଥିଲେ।

ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବିଧାୟକ ଏକ ପଟୁଆରରେ ଆସି ବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତ୍ତିମୂର୍ତୀ ଅନାବରଣ କରିବା ସହ ବୈଠକରେ ଗାନ୍ଧିଙ୍କ କଥା ଆଲୋଚନା କରିଥିଲେ।ଉକ୍ତ ବିଦ୍ୟାଳୟ କ୍ଲସ୍ଟରରେ ଯାଉଥିବା ବେଳେ ଏକ କନଫେରନ୍ସ ହଲ ପାଇଁ ଦଶଲକ୍ଷ ଟଙ୍କାର ଅନୁଦାନ ରାଶି ଦେବା ନିମନ୍ତେ ସଭାରେ ଘୋଷଣା କରିଥିଲେ।

ବୈଠକରେ ବ୍ଲକ ଶିକ୍ଷାଅଧିକାରିଣୀ ଶ୍ରୀମତୀ ସବିତା ସାହୁ, ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ଅରବିନ୍ଦ ସାମଲ,ବ୍ଲକ ବିଜେଡ଼ି ସମ୍ପାଦକ ତଥା ପୂର୍ବତନ ଜିଲ୍ଲାପରିଷଦ ବିପିନ ଜେନା,କୋଡିଏ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଶ୍ରୀମତୀ ଜୟଶ୍ରୀ ସାମଲଙ୍କ ସ୍ୱାମୀ ରତିକାନ୍ତ ଜେନା,ଷୋହଳ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଇଂଜିନିୟର ଯତୀନ୍ଦ୍ର ପ୍ରସାଦ ନାୟକ,ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ସେନାପତି,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବିଶ୍ଵଜିତ ସାମଲ, ପ୍ରଧାନଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Leave A Reply

Your email address will not be published.