News portal website
before header
[URIS id=5393]

ଦେଖୁଛନ୍ତି ତ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ?

0 196

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ରାସ୍ତା ସଂପ୍ରସାରଣ ଓ ସୁଦ୍ରୁଢିକରଣ ପାଇଁ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ମଜବୁତ କରିବା ପାଇଁ, ଗ୍ରାମ ଉନ୍ନୟନ ମନ୍ତ୍ରଣାାଳୟ ଭାରତ ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାର କୋଟି କୋଟି ଟଙ୍କା ପାଣ୍ଠି ଯୋଗାଇ ଦେଉଛନ୍ତି। ହେଲେ କାମ ହେଉଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନାହାଁନ୍ତି।

ଆମେ କହୁଛୁ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର, ରାଜାତୋଟା ଠାରୁ ଗମୁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ନିର୍ମାଣର କଥା।କିଛି ଦିନ ତଳେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ସରକାରୀ କାର୍ଯ୍ୟକ୍ରମରେ ଆସି ତିନି ତିନଟି ରାସ୍ତା ଆରମ୍ଭ ପାଇଁ ଶିଳାନ୍ୟାସ କରିବା ସହ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିଥିବା ବେଳେ, ଏହା ଆରଡି ବିଭାଗ ଯାଜପୁର ଡିଭିଜନ ଅଧୀନରେ ଜାଣିବାକୁ ମିଳିଛି। ବିଶେଷ କରି ରାଜା ତୋଟାରୁ ଗମୁ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବା ବେଳେ, ଏହି ରାସ୍ତା କାମ ଠିକ୍ ଭାବେ ହେଉନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।

ଅଭିଯୋଗର ସତ୍ଯାସତ୍ଯ ଜାଣିବା ପାଇଁ ଟିମ ଅଷ୍ଟିନ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଥିବା ବେଳେ କାମ ଦାୟିତ୍ୱରେ ବୁଝାସୁଝା କରୁଥିବା ବ୍ଯକ୍ତି ଜଣକ ନିଜକୁ ସିଭିଲ ଇଞ୍ଜିନିୟର ପରିଚୟ ଦେଉଥିବା ବେଳେ, କାମର ଭାଗ ମାପ ଜେଇ, ଏସଡିଓଙ୍କ ନିକଟରୁ ବୁଝିବାକୁ କହିଛନ୍ତି। ଅପରପକ୍ଷରେ କୋଟି କୋଟି ଟଙ୍କାର କାମ ହେଉଥିବା ବେଳେ, ବିଭାଗୀୟ ଅଧିକାରୀ ଜଣେ କାମ ପାଖରେ ରହି କାର୍ଯ୍ଯର ମାନ ଦେଖିବାକୁ ନିୟମ ଥିବା ବେଳେ, କାମ ସମୟରେ କୌଣସି ବିଭାଗୀୟ ଅଧିକାରୀ ନ ରହିବା, ଠିକାଦାରର ମନମୁଖୀ କାମକୁ, ବିଭାଗ ପ୍ରୋତ୍ସାହନ ଦେଉଛି ବୋଲି ସାଧାରଣକୁ ସ୍ପଷ୍ଟ ବାର୍ତ୍ତା ଯାଉଛି।

ଅପରପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଯାଜପୁର ମାଟିର ପୁଅ ହୋଇଥିବା ବେଳେ, ବନ୍ୟା ପ୍ଲାବିତ ଅଞ୍ଚଳରେ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟରେ ତ୍ରୁଟି ଓ ନିମ୍ନ ମାନର ଅଭିଯୋଗ ଆସିଲା ପରେ ଆରଡି ବିଭାଗ ଯାଜପୁର ଡିଭିଜନକୁ କ’ଣ ନିର୍ଦ୍ଦେଶ ଦେଉଛନ୍ତି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.