ଯାଜପୁର/ଅଷ୍ଟିନ ନ୍ଯୁଜ
ତା-୧୬-୧୨-୨୦୨୨
ବାରବାଟୀ କ୍ଲବ ଓ ପୁସ୍ତକଗାରାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଶ୍ରୀଯୁକ୍ତ ବଂଶୀଧର ସାମଲଙ୍କ ୯୬ ବର୍ଷ ବୟସରେ, ନିଜ ଜନ୍ମ ଭୂମି ଯାଜପୁର ଜିଲ୍ଲା, ବଡଚଣା ବ୍ଲକ ସାଉଡିଆ ଗ୍ରାମରେ ପରଲୋକ ହୋଇଯାଇଛି।

କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ଭୋରୁ ଦେହାନ୍ତ ହୋଇଯାଇଛି।ସାତ ପୁତ୍ର, ବୋହୂ, ନାତି, ନାତୁଣୀ, ଝିଅ ଜ୍ବାଇଁ,ଅଣନାତି, ଅଣ ନାତୁଣୀ ସମସ୍ତ ପରିବାର ବର୍ଗ ଶେଷ ଶଯ୍ୟା ସମୟରେ ଥିଲେ। ପୂର୍ବତନ ସରପଞ୍ଚ ଅନିଲ କୁମାର ପରିଡ଼ା,ସୁଧୀର ପରିଡା,ସୁବାଷ ଚନ୍ଦ୍ର ଖଣ୍ଡାଇ, ଶଶିକାନ୍ତ,ସତ୍ୟବ୍ରତ, କିଶୋର,ଉମାକାନ୍ତ,ମହେଶ୍ୱର ସାହୁ ଶେଷ ଦର୍ଶନରେ ସାମିଲ ହୋଇଥିଲେ।