News portal website
before header
[URIS id=5393]

ବଡଚଣାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ!

0 357

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୯-୦୯-୨୦୨୨

ସାରା ରାଜ୍ୟରେ ବଡଚଣା ନିର୍ବାଚନ ମଣ୍ଡଳୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଗତକାଲି ସ୍ବତନ୍ତ୍ର ପରିଚୟ ପାଇଛି, ଗୋଟିଏ ଦିନରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ କରିପାରିଛି ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନିର୍ବାଚନ ମଣ୍ଡଳୀ।ବିଜେଡି ନେତା ଅରୁପ ପଟ୍ଟନାୟକ ବଡଚଣାର ବିଭିନ୍ନ ରକ୍ତଦାନ ଶିବିର ବୁଲି ଦେଖିଥିବା ବେଳେ,ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ବ୍ଲକ ସଭାପତି ଅରବିନ୍ଦ ସାମଲ ମଧ୍ଯ ବୁଲି କାର୍ଯ୍ୟକ୍ରମ ଦେଖୁଥିଲେ।

ମିଳିଥିବା ଖବର ଅନୁଯାୟୀ ବାଲିଚନ୍ଦ୍ରପୁର ରକ୍ତ ଦାନ ଶିବିରରୁ ୬୧୩ ୟୁନିଟ,ଛତିଆରୁ ୩୩୮,ବଡଚଣାରୁ ୫୦୨,ଚଣ୍ଡିଖୋଲ ଠାରୁ ୮୦୨ ଓ ଉଦୟଗିରି ଶିବିରରୁ ୫୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି।ଏ ନେଇ ପର୍ଯ୍ଯବେକ୍ଷକ ଦାୟିତ୍ବରେ ଥିବା ବିପିନ ବିହାରୀ ଜେନା ଓ କାଜଲ କିରଣ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.