News portal website
before header
[URIS id=5393]

ବଡଚଣାରେ ଅର୍ନ୍ତଜାତୀୟ ମାନବାଧିକାର କାର୍ଯ୍ଯାଳୟ!

0 387

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୯-୦୯-୨୦୨୨

ଅର୍ନ୍ତଜାତୀୟ ମାନବାଧିକାର ରକ୍ଷକ ସମିତି ପକ୍ଷରୁ ବଡଚଣା ବ୍ଲକର ସାଉଡିଆ ପଞ୍ଚାୟତ ତାଳୁଆ ବାଲିକୁଦାଠାରେ ଏକ ନୂତନ କାର୍ଯାଳୟ ଉଦଘାଟନ କରାଯାଇଛି।ମାନବାଧିକାର ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ମଧ୍ଯ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଞ୍ଚାନନ ଧଳ ଅଧ୍ଯକ୍ଷତା କରିଥିଲେ।ଫାଉଣ୍ଡର ମୀନକେତନ ପଟ୍ଟନାୟକ,ରାଜ୍ୟ ସଭାପତି ଜିତେନ୍ଦ୍ର ପାତ୍ର,ଜାତୀୟ ସଭାପତି ରାଜେଶ ରାଉତ,ଜାତୀୟ ସମ୍ପାଦକ ନରେଶ ମସୁକରା,ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ବଜିତ ମଲିକ,ରାଜ୍ୟ ସାଧାରଣ ସମ୍ପାଦିକା ସୁଭାସିନୀ ବଳ,ଯାଜପୁର ଜିଲ୍ଲା ସଭାପତି ଆଶିଷ ବେହେରା,ବରୀ ବ୍ଲକ ସଭାପତି ଅଶୋକ ଜେନା,ଯୋଗ ଦେଇଥିଲେ।

ବଡଚଣା ବ୍ଲକ ନୂତନ ସଭାପତି ପଞ୍ଚାନନ ଧଳ ଦାୟିତ୍ୱ ନେଇଥିବା ବେଳେ,ସାଉଡିଆ ସମବାୟ ସମିତି ସଭାପତି ତୁଷାର ରଞ୍ଜନ ଜେନା, ସମାଜ ସେବୀ ପ୍ରମୋଦ କୁମାର ସାମଲ,କାଜଲ କିରଣ ପ୍ରଧାନ, ଦେବଦତ୍ତ ମହାନ୍ତି,ତ୍ରିଲୋଚନ ଜେନା,ମଣ୍ଟୁଙ୍କ ସମେତ ଅନେକ ଜନସାଧାରଣ ସଭାରେ ଯୋଗ ଦେଇଥିଲେ।ସୂଚନା ଯୋଗ୍ୟ ୧୯୯୯ ମସିହାଠାରୁ ସରକାର ଏହି ସଂଗଠନ ସ୍ବୀକୃତ ପ୍ରଦାନ କରିଛନ୍ତି,ତତସହିତ ମାନବାଧିକାର ଫଣ୍ଡାମେଣ୍ଟାଲ ରାଇଟ୍ସ ଉପରେ ଜନସାଧାରଣଙ୍କୁ ଅବଗତ କରିବା ସହ, ସାଧାରଣ ଲୋକର ସ୍ବର ହୋଇ ରହିବା ପାଇଁ ସଦାସର୍ବଦା ସମାଜରେ କାର୍ଯ୍ଯରତ ଥିବା ଦେଖିବାକୁ ମିଳେ।

Leave A Reply

Your email address will not be published.