News portal website
before header
[URIS id=5393]

ମୋଦିଙ୍କ ଜନ୍ମଦିନରେ ୭୨ ୟୁନିଟ ରକ୍ତ ସଂଗ୍ରହ କଲା ବଡଚଣା ବିଜେପି।

0 250

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୭-୦୯-୨୦୨୨

ଭାରତର ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ଜନ୍ମଦିନ।ପଲ୍ଲୀରୁ ଦିଲ୍ଲୀ ଆବାଳବୃଦ୍ଧବନିତା ସମସ୍ତେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ।ଚଳିତଥର ମୋଦିଙ୍କୁ ୭୨ ବର୍ଷ ହୋଇଥିବା ବେଳେ,ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ନୂଆ ସୁଙ୍ଗୁଡା ଠାରେ ସାଙ୍କେତିକ ଭାବରେ ଦଳୀୟ କର୍ମକର୍ତ୍ତା ଏବଂ ଯୁବମୋର୍ଚ୍ଚାଙ୍କ ପ୍ରଚେଷ୍ଟାରେ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ରାଜ୍ୟ ସାଧାରଣ ସମ୍ପାଦକ ଅମର ନାୟକ ମଧ୍ଯ ରକ୍ତ ଦାନ କରିଥିଲେ।ତତସହିତ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ ରାଜ ମଧ୍ଯ ନିଜକୁ ସାମିଲ କରିଥିଲେ।ଆଗାମୀ ଗୋଟିଏ ପକ୍ଷ ଅର୍ଥାତ୍ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ଅଭିଯାନ,ବୁଦ୍ଧିଜୀବି ସମ୍ମିଳନୀ,ଡାକ୍ତରଖାନାରେ ରୋଗୀଙ୍କୁ ସେବା,ଚାରା ରୋପଣ ଭଳି,ବିଭିନ୍ନ ପ୍ରକାର ସାମଜିକ କାର୍ଯ୍ୟକ୍ରମ ସାରା ରାଜ୍ୟବ୍ୟାପୀ କର୍ମକର୍ତ୍ତା ପାଳନ କରିବୁ ବୋଲି ଅମର ନାୟକ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.