News portal website
before header
[URIS id=5393]

ରକ୍ତଦାନ ଶିବିରକୁ ନେଇ ସାଉଡିଆ ସତସଙ୍ଗ ମନ୍ଦିରରେ ବୈଠକ!

0 240

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୫-୦୯-୨୦୨୨

ଆସନ୍ତା ଅଠର ତାରିଖରେ ବିଜଦ ତରଫରୁ ଉଦୟଗିରି ସ୍ଥିତି ବୁଦ୍ଧଦେବ ଜୁନିୟର କଲେଜରେ ନଅଗୋଟି ପଞ୍ଚାୟତର ଲୋକେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଥିଲା।ଏ ନେଇ ସାଉଡିଆ ପଞ୍ଚାୟତ ବିଜେଡି ସଭାପତି କ୍ଷେତ୍ରବାସୀ ପଣ୍ଡାଙ୍କ ଅଧ୍ଯକ୍ଷତାରେ, ସାଉଡିଆ ସ୍ଥିତ ଜୟଗୁରୁ ସତସଙ୍ଗ ମନ୍ଦିରରେ ବସିଥିଲା ପର୍ଯ୍ୟବେକ୍ଷକ ବୈଠକ। ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଜେଡି ସାଧାରଣ ସମ୍ପାଦକ ତଥା ସମଗ୍ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ବିପିନ ବିହାରୀ ଜେନା, ଓ ଜିଲ୍ଲା ଯୁବ ସମ୍ପାଦକ କାଜଲ କିରଣ ପ୍ରଧାନ ବୈଠକରେ ଉପସ୍ଥିତ ଥିଲେ। କିଭଳି ଲୋକମାନେ ବିଶେଷ କରି ମହିଳା ମାନେ କିଭଳି ନିର୍ଭୟରେ ରକ୍ତ ଦାନ କରିପାରିବେ ଏବଂ ଶିବିରରେ ସୂଚାରୁରୂପେ ପହଞ୍ଚି ପାରିବେ ହୋଇଥିଲା ଆଲୋଚନା।

ଅମରେନ୍ଦ୍ର ମହାପାତ୍ର,କାଜଲ କିରଣ ପ୍ରଧାନ ବିସ୍ତୃତ ଭାବେ ବୈଠକରେ ଥିବା ସତରଗୋଟି ଓ୍ବାର୍ଡର କର୍ମୀମାନଙ୍କୁ ବୁଝାଇ ରକ୍ତ ଦାନର ଉପକାରିତା ବିଷୟରେ ଅବଗତ କରାଇଥିଲେ। ବୈଠକରେ ସମବାୟ ସମିତି ସଭାପତି ତୁଷାର କାନ୍ତ ଜେନା,ରାଜନେତା ପ୍ରମୋଦ କୁମାର ସାମଲ, ପ୍ରଭାକର ସାହୁ, ସତ୍ଯବ୍ରତ ମହାପାତ୍ର,ଅମିତାଭ ଦାସ, ଶିଶିର ସେନାପତି,ଶଶିକାନ୍ତ ପ୍ରୁଷ୍ଟି, ଆଦି ଅନେକ କର୍ମୀ ସାମିଲ ଥିଲେ।

Leave A Reply

Your email address will not be published.