ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୪-୦୯-୨୦୨୨
ମିଥ୍ଯା ପ୍ରମାଣପତ୍ର ଦେଇ ଭିନ୍ନକ୍ଷମ ଭତ୍ତା ହାତେଇବା ଘଟଣାରେ,ଯାଜପୁର ସିଡିଏମଓ ଯାଜପୁର ଟାଉନଥାନାରେ ଏତଲା ଦେଇଥିଲେ। ଘଟଣାରେ ତିନିଜଣ ଗିରଫ ହୋଇଥିବା ବେଳେ ପ୍ରାୟ ଗୋଟିଏ ମାସ ପରେ ପୋଲିସ ଚାର୍ଜସିଟ୍ ରେ ଅଭିଯୁକ୍ତ ଦର୍ଶାଯାଇଥିବା ରତ୍ନାକର ସଂସ୍କୃତ ମହାବିଦ୍ୟାଳୟର କତ୍ତୃପକ୍ଷ ତପନ ପରିଡାଙ୍କୁ ୧୨ ତାରିଖ ବିଳମ୍ବିତ ରାତ୍ରିରେ ଗିରଫ କରିଛି ପୋଲିସ।କୁହାଯାଉଛି ଏ ଲିଙ୍କରେ ଅନେକ ପ୍ରଭାବଶାଳୀ ବ୍ଯକ୍ତି ବିଶେଷ ସାମିଲ ଅଛନ୍ତି।ତେବେ ତପନ ପରିଡାଙ୍କୁ ଗିରଫ ପରେ ସବିଶେଷ ତଥ୍ଯ ମିଳିପାରିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
