News portal website
before header
[URIS id=5393]

ଭିଣୋଇ ଗାଡିରେ,ଶଳା ଚଲାଉଥିଲା ଚୋରା ବ୍ଯବସାୟ ସାମ୍ରାଜ୍ଯ!

0 320

ଚୋରା ରଡ ଓ ଡିଜେଲ ତେଲ ଜବତ ଘଟଣାରେ ତିନିଜଣ କୋର୍ଟଚାଲାଣ!

Notice

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୩-୦୯-୨୦୨୨

ଜାତୀୟ ରାଜପଥର ଢାବା କଡରେ ଚାଲିଥିଲା ଡକାୟତି ଓ ଲୁଟତରାଜ,ହୋଟେଲ ମାଲିକ କରୁଥିଲେ ଡିଲ,ଭିଣୋଇ ଗାଡିରେ ହେଉଥିଲା ଚାଲାଣ।ଅଚାନକ ଚଢାଉ କଲା ଯାଜପୁର ଏସପିଙ୍କ ଏକ ସ୍ବତନ୍ତ୍ର ସ୍କ୍ବାଡ ଆଉ ଜବତ ହେଲା,ଚୋରା ଡିଜେଲ ତେଲ,ରଡ, ଏବଂ ବେଆଇନ ଭାବେ ଠୁଳ ହୋଇଥିବା କୋଇଲା।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ।

ଯାଜପୁର ଏସପିଙ୍କ ଏକ ସ୍ବତନ୍ତ୍ର ସ୍କ୍ବାଡ ଅଧିକାରୀ ରମେଶ ଚନ୍ଦ୍ର ସାହାଣୀ ଏବଂ ବାଲିଚନ୍ଦ୍ରପୁର ଥାନା ଅଧୀକାରୀ ରମାକାନ୍ତ ମୁଦୁଲିଙ୍କ ମିଳିତ ଚଢାଉରେ ଧରାଯାଇଥିବା ଜଣାପଡିଛି। ଚଢାଉକରିବା ସମୟରେ ବାଲିଚନ୍ଦ୍ରପୁର ବଜାର ଠାରୁ ଦୁଇ କିଲୋମିଟର ଦୂରରେ ଜବତ ହୋଇଛି ୧୬୦୦ ଲିଟର ଡିଜେଲ ତେଲ,ପାଖାପାଖି ପଚାଶ ଟନ କୋଇଲା,୧୦ ଟନ ରଡ, ଗୋଟିଏ ଚାରିଶହ ସାତ ଗାଡି,ଏକ ଚଉଦ ଚକିଆ ଟ୍ରକ।ହୋଟେଲ ମାଲିକ ପଙ୍କଜ ସିଂ,ସହ ଦୁଇ ଜଣ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଚନ୍ଦ୍ରପୁର ପୋଲିସ।କେସ ନଂ ୩୨୨ରେ ଦଫା ୩୭୯,୭ଇ,ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ବାଲିଚନ୍ଦ୍ରପୁର ପୋଲିସ।

Leave A Reply

Your email address will not be published.