News portal website
before header
[URIS id=5393]

ଦିନ ଦ୍ବିପ୍ରହରେ ଚାଲିଛି ମୋରମ ଚାଲାଣ!

0 326

ଅଷ୍ଟିନ୍ ନ୍ଯୁଜ/ଯାଜପୁର

Notice

ତା-୧୩-୦୯-୨୦୨୨

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଚାଲିଛି ବେଧଡକ ମୋରମ ଚାଲାଣ।ପାହାଡ଼ ତାଡି ନେଇ ଯାଉଛନ୍ତି ମୋରମ ମାଫିଆ।ପ୍ରଶାସନ ଆଖିରେ ଦିନ ଦ୍ବପ୍ରହରରେ ଆଙ୍ଗୁଠି ଗେଞ୍ଜି ଚଲାଇଛନ୍ତି ବେପାର।

ଗାଡି ଡ୍ରାଇଭର ଗତିସୀମା ବଢେଇ ଦ୍ରୁତ ଗତିରେ ଗାଡିକୁ ଦୋଉଡାଉଛନ୍ତି,ଗାଡି।ଗାଡିରେ ଲେଖା ହୋଇନାହିଁ ନମ୍ବର ପ୍ଲେଟ,ନାଁ ରହିଛି ଡ୍ରାଇଭର ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ।ଦୈନନ୍ଦିନ ଧାଉଡିଆପଦା ପାହାଡରୁ ୧୦ ରୁ ୧୨ ଖଣ୍ଡ ଗାଡି ମୋରମ ବୋହୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।ପୋଲିସ ନିୟମିତ ବ୍ଯବଧାନରେ ଚଢାଉ କରିଥିଲେ ମଧ୍ଯ ପୋଲିସକୁ ଚକମା ଦେଇ ଖସି ଯାଉଛନ୍ତି ଏହି ଅଞ୍ଚଳର ମାଫିଆ।

ଗାଡି ଆସୁଥିବା ବାଟରେ ବିଦ୍ଯାଳୟ ଥିଲେ ମଧ୍ଯ ଗାଡିର ବେଗ ଏତେ ମାତ୍ରାରେ ରହୁଛି କେତେବେଳେ ଯେ ବିଦ୍ୟାଳୟ ପିଲାଙ୍କ କିଛି ଅଘଟଣ ନ ଘଟିବ କହିହେବ ନାହିଁ।ପ୍ରଶାସନିକ ଅଧିକାରୀ ତୁରନ୍ତ ଚଢାଉକରି ମାଫିଆ ମାନଙ୍କୁ ଗିରଫ କରିବାକୁ,ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଦାବି ରହିଛି।

Leave A Reply

Your email address will not be published.