News portal website
before header
[URIS id=5393]

NHM ଗାଇଡଲାଇନ୍ କୁ ଫୁ କରି ଉଡ଼ାଇ ଦେଲେ ବଡଚଣା MO!

0 293

ଅଷ୍ଟିନ୍ ନ୍ଯୁଜ/ଯାଜପୁର

Notice

ତା-୧୦-୦୯-୨୦୨୨

ନ୍ଯାସନାଲ ହେଲଥ ମିଶନ ଗାଇଡଲାଇନ କୁ ଫୁ କରିଦେଲେ ବଡଚଣା ମେଡିକାଲ ଅଫିସର। ଯାହାର ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି,ସାଉଡିଆ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡାଇ।କେନ୍ଦ୍ର ସରକାରଙ୍କ ଯୋଜନା ମୁତାବକ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଜନ ଆରୋଗ୍ୟ ସମିତି ଖୋଲିବା ପାଇଁ ପ୍ରାଥମିକ ସ୍ତରରେ କୋଡ଼ିଏ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦେବାର ଯୋଜନା କରିଛନ୍ତି। ଯାହାକି ଜନ ଆରୋଗ୍ୟ ସମିତି ହେଇଥିବା ପଞ୍ଚାୟତର ସରପଞ୍ଚଙ୍କ ତତ୍ତ୍ବାବଧାନ ଏବଂ ସରପଞ୍ଚଙ୍କ ଦ୍ବାରା ନିର୍ଧାରିତ ସରକାରୀ ଆବାସରେ ହେବାର ନିୟମ ଏନଏଚଏମ କରିଛି। ହେଲେ ଏହାର ସମ୍ପୂର୍ଣ୍ଣ ବ୍ଯତିକ୍ରମ ଯାଜପୁର ଜିଲ୍ଲା ସାଉଡିଆ ପଞ୍ଚାୟତରେ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ତାଳୁଆ ବାଲିକୁଦା ପ୍ରାଣୀ ଚିକିତ୍ସାଳୟର ଏକ ଅତିରିକ୍ତ କୋଠରୀରେ ଏହାର ଶୁଭ ଉଦଘାଟନ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏବଂ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତ କରିଥିଲେ।

ଏନଏଚଏମର ଗାଇଡଲାଇନ ବାବଦରେ ମେଡିକାଲ ଅଫିସର ଅବଗତ ଥିବା କହିଥିବା ବେଳେ, ସରପଞ୍ଚଙ୍କୁ ଜଣାଯାଇଥିଲା, କିନ୍ତୁ ସେ ଅନୁପସ୍ଥିତିର କାରଣ ସେ ଜାଣନ୍ତି ନାହିଁ କହିଥିବା ବେଳେ, ଏ କାର୍ଯ୍ୟକ୍ରମରେ ସରପଞ୍ଚ ସାମିଲ ହେବା କଥା କାହିଁକି ହେଲେ ନାହିଁ ଏହାର ଉତ୍ତର ମେଡିକାଲ ଅଫିସର ଦେଇ ପାରିବେ ବୋଲି ବଡଚଣା ବିଧାୟକ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି।

ଅପରପକ୍ଷରେ ଏ କାର୍ଯ୍ୟକ୍ରମ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ସରପଞ୍ଚ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡାଇ କହିଥିବା ବେଳେ,କାହିଁକି ଏମିତି ବଡଚଣା ମେଡିକାଲ ଅଫିସର କଲେ ବୋଲି ପ୍ରଶ୍ନ କରିଛନ୍ତି ?

Leave A Reply

Your email address will not be published.