ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୦-୦୯-୨୦୨୨
ବରିଷ୍ଠ କଂଗ୍ରେସ ନେତା,ତଥା ବଡଚଣା ପଞ୍ଚାୟତ ସମିତିର ପୂର୍ବତନ ଚେୟାରମ୍ୟାନ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଗତ ସାତ ତାରିଖରେ ପରଲୋକ ହୋଇଯାଇଛି।ଖବର ପାଇ ବିଧାନସଭା ସଦାଚାର କମିଟିର ଅଧ୍ଯକ୍ଷ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ଆଜି ପରିବାର ବର୍ଗଙ୍କ ନିକଟରେ ପହଞ୍ଚିଥିଲେ। ବଡପୁଅ ପ୍ରଭାତ କିଶୋର ପ୍ରଧାନ ମୁଖାଗ୍ନୀ ଦେଇଥିବା ବେଳେ,ବିଧାୟକ ଶୋକ ବ୍ଯକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।
ବିଧାୟକଙ୍କ ସହ,ବଡଚଣା ବିଜେଡି ସଭାପତି ଅରବିନ୍ଦ ସାମଲ,ସମ୍ପାଦକ ବିପିନ ବିହାରୀ ଜେନା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ଯ ଜତିନ୍ଦ୍ର ପ୍ରସାଦ ନାୟକ,ଆତ୍ମା ଅଧ୍ଯକ୍ଷ ନିରଞ୍ଜନ ସେନାପତି,ପ୍ରମୋଦ କୁମାର ସାମଲ,ପ୍ରଭାକର ସାହୁ, ତୁଷାରକାନ୍ତ ଜେନା,କ୍ଷେତ୍ରବାସୀ ପଣ୍ଡା,ସତ୍ଯବ୍ରତ ମହାପାତ୍ର,ସାମ୍ବାଦିକ ଘନଶ୍ୟାମ ବିଶ୍ବାଳ,ଜିତେନ୍ଦ୍ର ନନ୍ଦ ଆଦି ଉପସ୍ଥିତ ଥିଲେ।
