News portal website
before header
[URIS id=5393]

ଆସନ୍ତା ଅଠର ତାରିଖରେ ବିଜଦର ରକ୍ତ ଦାନ ଶିବିର!

0 279

ତା-୦୧-ସେପ୍ଟେମ୍ବର-୨୦୨୨

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ବଡଚଣା ବିଜେଡିର ରକ୍ତଦାନ ଶିବିର ପାଇଁ ପ୍ରସୁତି ବୈଠକ। ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ଯକ୍ଷତାରେ ଉଦୟଗିରି ସ୍ଥିତ ବୁଦ୍ଧଦେବ ଜୁନିୟର କଲେଜରେ ଅପରାହ୍ନରେ ବୈଠକ ବସିଥିଲା।ବୈଠକରେ ବ୍ଲକ ଚେୟାରମ୍ୟାନ,ବିଜେଡି ବ୍ଲକ ସଭାପତି,ପଞ୍ଚାୟତ ଯୁବ ସଭାପତି, ପଞ୍ଚାୟତ ଛାତ୍ର ସଭାପତି, ପଞ୍ଚାୟତ ଡିଜିଟାଲ ସଭାପତି,ଜିଲ୍ଲାପରିଷଦ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦ, ଓ କଲେଜ ଅଧ୍ଯକ୍ଷଙ୍କ ସମେତ ନଅଗୋଟି ପଞ୍ଚାୟତର ୪୫୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଉପସ୍ଥିତ ଥିଲେ। କିଭଳି ସୂଚାରୁରୂେପ ରକ୍ତଦାନ ଶିବିର ହେବ, ସେ ନେଇ ଏକ ଆଲୋଚନା ହୋଇଥିବା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି।

ଆସନ୍ତା ଅଠର ତାରିଖରେ କଲେଜ ପ୍ରାଙ୍ଗଣରେ,ସ୍ବେଛାକ୍ରୁତ ରକ୍ତ ଦାନ ଶିବିର ହେବାକୁ ନେଇ ମଝିପଡା ପଞ୍ଚାୟତ ବିଜଦ ନେତା ହିମାଂଶୁ ଶେଖର ଦେଓ ସୂଚନା ଦେଇଛନ୍ତି। ବୈଠକରେ ଅରବିନ୍ଦ ସାମଲ,ବିପୀନ ବିହାରୀ ଜେନା,ପ୍ରମୋଦ କୁମାର ସାମଲ, ମହେଶ୍ୱର ସାହୁ, ସତ୍ୟବ୍ରତ ମହାପାତ୍ର, ବିଭୁ ପ୍ରସାଦ ଦାସ, ବିଚିତ୍ରାନନ୍ଦ ମଲିକ, ରତିକାନ୍ତ ଜେନା, ଶଶିକାନ୍ତ ପ୍ରୁଷ୍ଟି, ଶିଶିର ସେନାପତି, ଜାନକୀବଲ୍ଲଭ ପ୍ରଧାନ, ତୁଷାରକାନ୍ତ ଜେନା,ଉମାକାନ୍ତ ସ୍ବାଇଁ, ସୁଧିର ମଲିକ, ଆଦି ନେତା ଓ ଜନସାଧାରଣ,ସାମିଲ ଥିଲେ।

Leave A Reply

Your email address will not be published.