News portal website
before header
[URIS id=5393]

ମିଡିଆ ଡରାଉଛି ମିଡିଆକୁ!

0 267

ଦେଶର ରାଷ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଏବଂ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନେତା ଡିଜିଟାଲ ମିଡିଆକୁ ଗୁରୁତ୍ବପୂର୍ଣ୍ଣ ଦେଉଥିବା ବେଳେ,ସେତେବେଳେ କାହିଁକି ଡିଜିଟାଲ ପ୍ଲାଟଫର୍ମରେ ଖବର ପରିବେଷଣ କରାଯାଇପାରିବ ନାହିଁ?

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର

ତା-୩୦-ଅଗଷ୍ଚ-୨୦୨୨

ନକଲି ସାମ୍ବାଦିକ ଓ ନକଲି ଚ୍ୟାନେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ସରକାର।ଏଥିପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ଭାରତ ସୂଚନା ପ୍ରସାରଣ ମନ୍ତ୍ରାଳୟ।ଯେଉଁମାନେ ବିନା ଆରଏନଆଇ ନମ୍ବରରେ ଖବରକାଗଜ ବା ଚ୍ୟାନେଲ ଚଲାଉଛନ୍ତି,ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସ୍ବାଗତ ଯୋଗ୍ୟ ଏଥିରେ ଦ୍ବିମତ ନାହିଁ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଦେଶରେ ଯେତେ ଲୋକ ନକଲି ପ୍ରେସ ଆଇଡି କାର୍ଡ ପକାଇ ବୁଲୁଛନ୍ତି କିମ୍ବା ନକଲି ଚ୍ୟାନେଲ ଚଳାଉଛନ୍ତି ସେମାନଙ୍କର ତତ୍କାଳ ଯାଞ୍ଚ କରାଯିବ।ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଗିରଫ କରାଯିବ।

କିଛି ଦୋଷୀ ଲୋକଙ୍କ ପାଇଁ ଭଲ ଭାବମୂର୍ତ୍ତି ସମ୍ପନ୍ନ ସାମ୍ବାଦିକଙ୍କ ଛବି ଖରାପ ହେଉଛି ଓ ସେମାନଙ୍କ କାର୍ଯ୍ୟଧାରାରେ ବାଧା ସୃଷ୍ଟି ହେଉଛି।ତେଣୁ ଏହା ଉପରେ ଅଙ୍କୁଶ ଲଗାଇବା ଜରୁରୀ ହୋଇପଡିଛି।ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ରାଜ୍ୟର ପ୍ରେସ ସୂଚନା ମନ୍ତାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

ଇଣ୍ଟରନେଟ ଦ୍ୱାରା ଚାଲୁଥିବା ନ୍ୟୁଜ ପୋର୍ଟାଲର ରେଜିଷ୍ଟ୍ରେସନ କ୍ଷମତା ସୂଚନା ପ୍ରସାରଣ ମନ୍ତ୍ରଣାଳୟର ନାହିଁ।କୌଣସି ନ୍ୟୁଜ ପୋର୍ଟାଲ ଏବଂ କେବଳ (ଡିସ)ଟିଭି ମାଧ୍ୟମରେ ଚାଲୁଥିବା ସମାଚାର କୌଣସି ପ୍ରକାର ସାମ୍ବାଦିକଙ୍କୁ ନିଯୁକ୍ତି ଦେଇ ପାରିବେ ନାହିଁ।କିମ୍ବା ପ୍ରେସ ଆଇଡି ଜାରି କରିପାରିବେ ନାହିଁ।ଏନେଇ କୌଣସି ସାମ୍ବିଧାନିକ ବିଲ ପାରିତ ହୋଇନାହିଁ।

ଏ ନେଇ ବର୍ତ୍ତମାନ ସୁଦ୍ଧା ସମ୍ବିଧାନରେ କୌଣସି ଆଇନ ଆସି ନାହିଁ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆବଶ୍ଯକ ପଡିଲେ ଅନୁମତି ଦେଇଥିବା ଖବରକାଗଜ କିମ୍ବା ସ୍ଯାଟେଲାଇଟ ଚ୍ଯାନେଲର ଅନୁମତି ପତ୍ରକୁ ନାକଚ କରିପାରିବେ।ଭାରତର ସମ୍ବିଧାନ କହେ ଆମେ ଆମର ଅଧିକାର କୁ ନେଇ ପ୍ରଶ୍ନ କରିପାରିବା। ଆମେ ସବୁ କଥାକୁ ଜାଣିବା,ଜଣାଇବା,ପ୍ରଶ୍ନ କରିବା,ଆମର ମାନବିକ ଅଧିକାର।ଆମକୁ ଆମ କଥା କହିବା ପ୍ରଶ୍ନ କରିବାରୁ କେହି ବଞ୍ଚିତ କରିପାରିବେ ନାହିଁ।

ସରକାରଙ୍କ ହାତ ବାରୀସି ସାଜିଥିବା କିଛି ଗଣମାଧ୍ୟମ ଭ୍ରମାତ୍ମକ ଖବର ଲେଖି,ସ୍ବାଧୀନ ମତବ୍ୟକ୍ତ କରୁଥିବା ଡିଜିଟାଲ ଏବଂ ଓ୍ବେବପୋର୍ଟାଲକୁ ଦ୍ବନ୍ଦରେ ପକାଉଥିବା ନଜର ଆସୁଛି।ଯେତେବେଳେ ଦେଶର ରାଷ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏବଂ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନେତା ସୋସିଆଲ ମିଡିଆକୁ ଗୁରୁତ୍ବପୂର୍ଣ୍ଣ ଦେଉଛନ୍ତି।ଇଣ୍ଡିଆ କୁ ଡିଜିଟାଲ ଇଣ୍ଡିଆ କରିବାକୁ ସ୍ବପ୍ନ ଦେଖୁଛନ୍ତି, ସେତେବେଳେ କାହିଁକି ଡିଜିଟାଲ ପ୍ଲାଟଫର୍ମରେ ଖବର ପରିବେଷଣ କରାଯାଇପାରିବ ନାହିଁ?ଯେଉଁ ପ୍ଲାଟଫର୍ମରେ ଖବର ପରିବେଷଣ କରାଯାଉଛି, ଉକ୍ତ ସଂସ୍ଥା ଅନୁମୋଦନ ଦେଉଥିବା ଏବଂ ଡିଜିଟାଲ ପ୍ଲାଟଫର୍ମରେ ଖବର ପରିବେଷଣ କୁ ନେଇ ଲୋକଙ୍କ ଆଗ୍ରହ ବଢୁଥିବା ବେଳେ, ଦ୍ବନ୍ଦ ମୂଳକ ଅସମ୍ପୂର୍ଣ୍ଣ ଖବର ଦେଇ କିଛି ବଡ ବଡ ଗଣମାଧ୍ୟମ ଜନମାନସରେ ଭ୍ରମ ତିଆରି କରିବାର ନଜର ରହି ଆସୁଛି। ଯେଉଁମାନେ ଦଲାଲ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ଉଚିତ୍।

Leave A Reply

Your email address will not be published.