News portal website
before header
[URIS id=5393]

କାଉନସିଲ ନେଲା ସୁମିତ୍ରାର ଦାୟିତ୍ୱ!

0 307

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ତା-୨୫-୦୮-୨୦୨୨

ଚଳିତ ବର୍ଷ ମହେଶ୍ୱର ମଲ୍ଲ ବିଦ୍ୟାଳୟର ଛାତ୍ରୀ ସୁମିତ୍ରା ପ୍ରଧାନ ଦଶମ ଶ୍ରେଣୀରେ ୫୪୧(ପାଞ୍ଚଶହ ଏକଚାଳିଶ) ନମ୍ବର ରଖି ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ।ସୁମିତ୍ରାଙ୍କ ଘର ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଚନ୍ଦନପୁର ପଞ୍ଚାୟତ ହାଟସାହି ଅଞ୍ଚଳର ସୁକଳ ଗ୍ରାମରେ ଅଟେ। ପିତା ଦୈତାରୀ ପ୍ରଧାନ ପଡୋଶୀ ରାଜ୍ଯରେ ଶ୍ରମିକ ଭାବେ କାମ କରୁଥିବା ବେଳେ ମାଆ ଶ୍ରୀମତୀ ପ୍ରଧାନ ଜଣେ ଘର କାମ କରିବା ସଙ୍ଗେ ସଙ୍ଗେ ଦୁଇ ଝିଅ ଓ ଗୋଟିଏ ପୁଅର ପାଠ ପଢା ଦାୟିତ୍ୱ ବୁଝନ୍ତି।

କାଉନସିଲ ଅଫ ହାଇର ସେକେଣ୍ଡାରୀ ଏଜୁକେସନ ତରଫରୁ କିଛି ଦିନ ତଳେ ସଭାପତି ପ୍ରତ୍ୟୁଷ ସାମଲ ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ ପିଲାଟିର ସମସ୍ଯା ତାଙ୍କର ନଜରକୁ ଆସିଥିଲା। ପିଲାଟିର ଉଚ୍ଚ ଶିକ୍ଷା ପାଇଁ କାଉନସିଲ ତରଫରୁ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଶ୍ରୀଯୁକ୍ତ ସାମଲ। ସୁମିତ୍ରାର କଟ ଅଫ ମାର୍କ ଅନୁଯାୟୀ ବରୀ ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ +୨ କଳାରେ ଚୟନ ହୋଇଥିବା ବେଳେ ପିଲାଟିର ଆଡମିଶନ ସହ କଲେଜ ପୋଷାକ ପ୍ରାଥମିକ ଭାବେ ଯୋଗାଇ ଦଇଛନ୍ତି କାଉନସିଲ ସଭାପତି ପ୍ରତ୍ୟୁଷ ସାମଲ। ଆଜି ସନ୍ଧ୍ଯାରେ ସୁମିତ୍ରାର ଘରକୁ ଯାଇ ମାଆ ଶ୍ରୀମତୀ ପ୍ରଧାନଙ୍କ ଉପସ୍ଥିତିରେ ପିଲାଟିକୁ ଅଭିନନ୍ଦନ ଜଣାଇବା ସହ ପିଲାଟିକୁ ଏକ ଉତ୍ତରୀୟ ଦେଇ କାଉନସିଲ ତରଫରୁ ସମ୍ବର୍ଦ୍ଧିତ କରିଥିଲେ ସଭାପତି ପ୍ରତ୍ୟୁଷ ସାମଲ। ଆଗାମୀ ଦିନରେ ପିଲାଟିର ସମସ୍ତ ପାଠ ପଢାଇବା ଖର୍ଚ୍ଚ କାଉନସିଲ ବହନ କରିବ ବୋଲି କାଉନସିଲ ସଭାପତି ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.