News portal website
before header
[URIS id=5393]

ଶ୍ରାଦ୍ଧ ବାର୍ଷିକୀରେ;ପ୍ରତ୍ତିମୂର୍ତ୍ତି ଅନାବରଣ।

0 476

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୨୨-୦୮-୨୦୨୨

ଭଜହରି ମହାପାତ୍ର ଓ ରାଧାରାଣୀ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଶେଷ ହୋଇଯାଇଛି।ଭଜହରି ମହାପାତ୍ର ସ୍ମ୍ରୁତି ସଂସଦ ପକ୍ଷରୁ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା। ସଭାରେ ଡଃ. ଭାଗ୍ୟଧର ସାହୁ ଅଧ୍ଯକ୍ଷତା କରିଥିବା ବେଳେ,ଦୟାନିଧି ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରମିକ ନେତା ମାୟାଧର ନାୟକ, ବିଶିଷ୍ଟ ସାହିତ୍ୟିକ ଓ ଅବସରପ୍ରାପ୍ତ ଅଧ୍ଯାପକ ଡଃ. ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ଗବେଷକ ଡଃ. ଭାଗବତ ଶୁକ୍ଲ, ବିଶିଷ୍ଟ ସାରସ୍ୱତ ସାଧକ ବୈଷ୍ଣବ ଚରଣ ସାମଲ, ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ. ରାଜକିଶୋର ପାଢ଼ୀ, ପ୍ରଥମେ ସଭାରେ ଥିବା ବେଳେ ପାବକ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଶୂନ୍ୟତାର କାୟାକଳ୍ପ ବହି ଶ୍ରୀଯୁକ୍ତ ମହାପାତ୍ରଙ୍କ ଉଦ୍ଦେଶ୍ଯରେ ଉନ୍ମୋଚନ କରାଯାଇଥିଲା। ପୋଷ୍କୋ ବିରୋଧୀ ଆନ୍ଦୋଳନର ପୁରୋଧା ଅଭୟ ସାହୁ,ନୂଆ ଦୁନିଆର ସମ୍ପାଦକ କିଶୋର ଚନ୍ଦ୍ର ଜେନା, ବିଶିଷ୍ଟ କମ୍ଯୁନିଷ୍ଟ ନେତା ଦିବାକର ବିଶ୍ବାଳ, ବରୀ ବିଧାୟିକା ସୁନନ୍ଦା ଦାସ, ବଡଚଣା କଂଗ୍ରେସ ନେତା ଅଜୟ କୁମାର ସାମଲ, ଅଧ୍ଯାପକ ରମେଶ ଚନ୍ଦ୍ର ସିଂ,

ଶିକ୍ଷକ ନେତା ରବି ଶତପଥୀ, ଯୁଗାନ୍ତର ସାଂସ୍କୃତିକ ପରିଷଦର ସଭାପତି କିଶୋର ଚନ୍ଦ୍ର ଦାସ, ଯାଜପୁର ଜିଲ୍ଲା କମ୍ଯୁନିଷ୍ଟ ନେତା ମଳୟ ପଣ୍ଡା, ତ୍ରିଲୋଚନ ଜେନା, ରାମଚନ୍ଦ୍ର ସାମଲ, କୈଳାସ ଚନ୍ଦ୍ର ନାୟକ, କିଶୋର ଚନ୍ଦ୍ର ପରମଗୁରୁ, ଯାଜପୁର ଜିଲ୍ଲା କମ୍ଯୁନିଷ୍ଟ ସମ୍ପାଦକ ଇଶ୍ବର ଚନ୍ଦ୍ର ପରିଡ଼ା,ପ୍ରଭଞ୍ଜନ ପତି,ଗଗନ ବିହାରୀ ଜେନା,ବିଜେପି ରାଜ୍ଯ ସାଧାରଣ ସମ୍ପାଦକ ଅମର ନାୟକ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଶିକ୍ଷକ ନେତା ବିବେକା ନନ୍ଦ ଦାଶ,ଶଙ୍କର ସୁବୁଦ୍ଧି, ସେକ ମସୁଦ ଅଲ୍ଲୀ, ଅଶୋକ ମହାପାତ୍ର, ଲୋକନାଥ ଦାସ, ତ୍ରିଲୋଚନ ସେନାପତି, ସାମ୍ବାଦିକ ପ୍ରମୋଦ କୁମାର ପଣ୍ଡା,ରବିନ୍ଦ୍ର ନାଥ ମହାପାତ୍ର ଆଦି ଉପସ୍ଥିତ ଥିଲେ।

ଶ୍ରୀଯୁକ୍ତ ମହାପାତ୍ରଙ୍କ ଗୌରବ ଓ ମହିମା ଆଲୋଚନା ଚକ୍ର ଅନବରତ ଭାବେ ପାଖାପାଖି ଆଠଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଆଲୋଚନା ହୋଇଥିଲା। ସଭାରେ ସମସ୍ତ ଗ୍ରାମବାସୀ, ସାଉଡିଆ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡାଇ, ଏବଂ ସମିତିସଭ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ସେନାପତି ମଧ୍ଯ ଉପସ୍ଥିତ ଥିଲେ।

Leave A Reply

Your email address will not be published.