News portal website
before header
[URIS id=5393]

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିଲେ ବିଜେଡି ଓ ବିଜେପି

0 174

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟ୍ ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମୁର୍ମୁଙ୍କ ବିଜୟ ଖୁସିରେ ଓଡ଼ିଶାରେ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ପାରମ୍ପରିକ ନୃତ୍ୟ, ବାଜା-ବାଣ ଓ ମିଠା ବାଂଟି ଦୁଇ ଦଳ ନିଜ ନିଜ ରାଜ୍ୟ କାର୍ଯ୍ୟାଳୟରେ ଏହି ବିଜୟ ଉତ୍ସବ ପାଳନ କରିଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ବହୁ ନେତା ଓ କର୍ମୀମାନେ ଏକଜୁଟ ହୋଇ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରିଥିଲେ । ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଆଦିବାସୀ ମହିଳାଙ୍କ ସହ ପାରମ୍ପରିକ ବାଦ୍ୟରେ ନୃତ୍ୟ ଏବଂ ବାଣ ଫୁଟାଇ ବିଜେଡି କର୍ମୀମାନେ ଖୁସି ମନାଇଥିଲେ । ଅନ୍ୟପକ୍ଷରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କ ଜିତିବା ଖୁସିରେ ବିଜୟ ଉତ୍ସବ ପାଳନ ହୋଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିିଙ୍କ ସମେତ ଅନେକ ବିଧାୟକ, ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । 

Leave A Reply

Your email address will not be published.