News portal website
before header
[URIS id=5393]

ପାଇକ ସ୍ମାରକୀ ପାଇଁ ଜମି ହସ୍ତାନ୍ତରକୁ କ୍ୟାବିନେଟ୍ ମଞ୍ଜୁରୀ

0 174

ପାଇକ ବିଦ୍ରୋହର ସ୍ମୃତି ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମାଗଣାରେ ଯୋଗାଇ ଦେବାକୁ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର ଦିଆଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ଘୋଷଣା କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡିସେମ୍ବର ମାସରେ ଏହି ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଜି ଶୂନ୍ୟକାଳରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ା ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ସ୍ମରଣ କରିବା ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନାଁରେ ୯ଏକର ୬୮୫ ଡେସିମିଲ୍ ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦରେ ୩୧କୋଟି ୯୭ଲକ୍ଷ ୬୨ହଜାର ୯୩୪ଟଙ୍କା ଛାଡ଼ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.