ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର। ଏହି ୪ ଜିଲ୍ଲା ହେଉଛି ବଲାଙ୍ଗିର, କଳାହାଣୀଡି, ବରଗଡ଼, ନୂଆପଡ଼ା । ଏହି ଜିଲ୍ଲା ଗୁଡ଼ିକର ୨୦ ବ୍ଲକରେ ଲାଗୁ ହେବ ଏହି ନିଷ୍ପତ୍ତି। ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ୧୦୦ ଦିନର କାମ ଯୋଗାଇ ଦିଆଯାଉଛି।

