ପୁଣି ଦେଖିବାକୁ ମିଳିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ଖଟିଆରେ ବୁହାହେଲେ ରୋଗୀ। ଡାକ୍ତରଖାନାରେ ପହଞ୍ଚିବା ପରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତ ବଡ଼ବିଲ ଗାଁରେ । ଚାଷ କାମକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍ ବିଲରେ ପଡ଼ିଯାଇଥିଲେ। ରାସ୍ତାରେ ନାଳ ଥିବାରୁ ରୋଗୀ ନେବାକୁ ଗାଁକୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା

