ଆଜି ଓଡ଼ିଶା ବନ୍ଦ। ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ପାଇଁ ଆହ୍ବାନ ଦିଆଯାଇଛି। ଏପଟେ ବନ୍ଦକୁ କଂଗ୍ରେସ ସମର୍ଥନ ଘୋଷଣା କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

