News portal website
before header
[URIS id=5393]

ନାବାଳିକାକୁ ଦୁଷ୍କର୍ମ, ୫ ଅଟକ

0 187

କାଳିଆପାଣି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ୫ ଅଟକ । ତେବେ ଦୁର୍ବୁତ୍ତ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁ ପଡ଼ିଲେ ଜଣେ ନାବାଳିକା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ହେଉଛି ଯାଜପୁର ଜିଲ୍ଲାର। ସୂଚନା ମୁତାବକ , ରବିବାର ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ନିଜ ସାନଭାଇ ସହ କାଳିଆପାଣି ଯାଉଥିଲେ। ଗାଡ଼ି ନପାଇବାରୁ ଡୁବୁରୀରୁ ସେମାନେ ଚାଲି ଚାଲି କାଳିଆପାଣି ଯାଉଥିବା ବେଳେ ଝୁମ୍ପାଣ ନିକଟରେ ଥିବା ଏକ ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ। ତେବେ ସେ ସ୍ଥାନ ନିରାପଦ ନୁହେଁ ବୋଲି କହି କିଛି ସ୍ଥାନୀୟ ପିଲା ସେମାନଙ୍କୁ ନିକଟସ୍ଥ ସ୍କୁଲ୍‌ରେ ଆଶ୍ରୟ ନେବାକୁ କହିଥିଲେ। ସେମାନଙ୍କ କଥା ମାନି ଭାଇ ଭଉଣୀ ଉକ୍ତ ସ୍କୁଲକୁ ଚାଲି ଯାଇଥିଲେ।

Notice
Leave A Reply

Your email address will not be published.