News portal website
before header
[URIS id=5393]

ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ

0 143

ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ । ୫୮ ବର୍ଷ ବୟସରେ ଆଜି ପ୍ରାଣ ହରାଇଲେ ଡା. ଅଜୟ ପରିଡ଼ା ।  ମିଳିଥିବା ସୂଚନା ମୁତାବକ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଛି।  ତେବେ ମୃତ୍ୟୁର କାରଣ ହୃଦଘାତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଡା. ପରିଡ଼ାଙ୍କ ଅକାଳ ବିୟୋଗ ତାଙ୍କ ପରିବାର ସମେତ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ଆଜି ସକାଳେ ଗୌହାଟୀସ୍ଥିତ ନିଜ ହୋଟେଲ ରୁମ୍‌ରେ ଡା. ପରିଡ଼ାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡା. ପରିଡ଼ା ଜଣେ ଅମାୟିକ, ନିଷ୍କପଟ ଓ ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗ ସମଗ୍ର ରାଜ୍ୟବାସୀଙ୍କୁ ଏକ ଶକ୍ତ ଝଟକା ଦେଇଛି।

Notice
Leave A Reply

Your email address will not be published.