News portal website
before header
[URIS id=5393]

ସଭାପତିଙ୍କ “ହଁ” ସମ୍ପାଦକଙ୍କ “ନା” କୁ ନେଇ ଉତ୍ତ୍ଯକ୍ତ ସମବାୟ ସମିତି ଚାଷୀ!

0 723

ଯାଜପୁର

ତା-୨୪-୧୦-୨୦୨୦

ଗୋଟିଏ ପଟେ ରାଜ୍ଯ ସରକାରଙ୍କ ସମବାୟ ସମିତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ମଙ୍ଗୁ ଭାଇଙ୍କ ମ୍ରୃତ୍ୟୁ ଦଳ ପାଇଁ ଏକ ସୁଯୋଗ ବୋଲି କହି ବିବାଦରେ ଥିବା ବେଳେ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ରଇପୁର ପ୍ଯାକ୍ସ (ସମବାୟ ସମିତି) ରେ ଭିନ୍ନ କଥା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ଉକ୍ତ ସମବାୟ ସମିତିରେ ବେଆଇନ ଭାବେ ଋଣ ପ୍ରଦାନ କରିବା, ପ୍ରକୃତ ଚାଷୀ ଋଣ ରୁ ବଞ୍ଚିତ ହେବା ନେଇ ଚାପା ଗୁଞ୍ଜରଣ ହେଉଥିବା ବେଳେ। ବର୍ତ୍ତମାନ କିନ୍ତୁ ସିଧାସଳଖ ଅଭିଯୋଗ ଆସିଛି।

ସୂଚନାଯୋଗ୍ୟ ରଇପୁର ଗ୍ରାମର ରାମଚନ୍ଦ୍ର ମହାନ୍ତି, ଦୀର୍ଘଦିନ ହେବ ଉକ୍ତ ସମବାୟ ସମିତିରେ ମେମ୍ବର ହୋଇଅଛନ୍ତି। ପୂର୍ବରୁ ଋଣ ଆଣି ପିଟି ମଧ୍ଯ କରିଛନ୍ତି। କିଛିଦିନ ତଳେ ସଭାପତି ବ୍ରଜମୋହନ ସାମଲଙ୍କ ପରାମର୍ଶ କ୍ରମେ ଦୁଇଟି ବ୍ଲାଙ୍କ ଚେକ ସମ୍ପାଦକ ପ୍ରଶାନ୍ତ ସେନାପତିଙ୍କୁ ଦେଇଥିଲେ। ଋଣ ଉଠାଇବା ପାଇଁ। ଏଥିପାଇଁ ବାରମ୍ବାର ମଧ୍ଯ ଉକ୍ତ ଦ୍ବୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହୁଥିଲେ ରାମଚନ୍ଦ୍ର।

ତେବେ ଆଜି ସନ୍ଧ୍ଯାରେ ରାମଚନ୍ଦ୍ର ଋଣ ବିଷୟରେ ସଭାପତି ବ୍ରଜମୋହନଙ୍କୁ ପଚାରିବାରୁ, ସେ ଅସୁସ୍ଥ ଅଛନ୍ତି, ପ୍ରଶାନ୍ତ ଠାରୁ ଖବର ନେବାକୁ କହିଥିଲେ। ପ୍ରଶାନ୍ତଙ୍କ ସହ ଯୋଗାଯୋଗ ହେବାରୁ ସେ ରାମଚନ୍ଦ୍ରଙ୍କ ସହ ବଚସା କରିଥିଲେ ଏବଂ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଉଭୟଙ୍କ ମଧ୍ଯରେ ମୋବାଇଲରେ ପାଟିତୁଣ୍ଡ ହୋଇଥିବା ସୂଚନା ଆସୁଛି। ବର୍ତ୍ତମାନ ପ୍ରଶ୍ନ?

୧.କେଉଁ ଆଧାରରେ ଋଣ ପ୍ରଦାନ କରାଯାଉଛି?

୨.ସଭାପତିଙ୍କ ହଁ ପରେ ସମ୍ପାଦକଙ୍କ ଏ କି ପ୍ରକାର ବ୍ଯବହାର?

୩.ପୂୂର୍ବରୁ ସଭାପତି ଓ ସମ୍ପାଦକଙ୍କ ବିରୁଦ୍ଧରେ ଯାହା ଅଭିଯୋଗ ଆସିଛି ତାହାର କ’ଣ ସତ୍ଯ?

୪.୫ଟି ରେ ସ୍ବଛତା ନେଇ ପ୍ରଶ୍ନ ସବୁବେଳେ ଆସୁଥିବା ବେଳେ ତ୍ରୁଣମୂଳ ସ୍ତରରେ ଏ କି ପ୍ରକାର ବ୍ଯବହାର?

୫.ତେବେ ଏଭଳି ଘଟଣା କେବଳ ରାମଚନ୍ଦ୍ରଙ୍କ ସହ ନା ଅନ୍ୟମାନଙ୍କ ସହ ଘଟୁଛି?

୬.ଓଡିଶାର ଜ୍ବାଇଁ ତଥା ଭି. କାର୍ତ୍ତିକେୟ ପାଣ୍ଡିୟାନଙ୍କ ଧର୍ମ ପତ୍ନୀ ସୁଜାତା ପାଣ୍ଡିୟାନଙ୍କ ଅଧିନରେ ଉକ୍ତ ବିଭାଗ ଥିବା ବେଳେ ଦଳୀୟ ବାଛ ବିଚାର ରହୁଚି କି?

୭.ଜଦି ରହୁଛି, ରାମଚନ୍ଦ୍ରଙ୍କ ବୟାନ ଅନୁଯାୟୀ ସଦାସର୍ବଦା ସେ ବିଜଦକୁ ଅକୁଣ୍ଠିତ ସମର୍ଥନ ସଦାସର୍ବଦା କରିଆସୁଛନ୍ତି।

୮.ତେବେ ଦଳ ପାଇଁ ରାମଚନ୍ଦ୍ର ଅଲୋଡା କି?

ଯଦି ଘଟଣାକୁ ପୁଙ୍ଖାନୁପୁଙ୍ଖୁ ଭାବେ ଦେଖାଯାଏ ଘଟଣାର ପ୍ରକୃତ ସତ୍ଯତା ସର୍ବସାଧାରଣକୁ ଆସିବା ଜରୁରୀ, ନଚେତ ରାମଚନ୍ଦ୍ରଙ୍କ ଭଳି ଅନେକ ଚାଷୀ ଆଗାମୀ ଦିନରେ ଏଭଳି ସମସ୍ଯାର ସମୁଖୀନ ହେବାର ସମ୍ଭାବନା ରହୁଛି।

ଅଧିକ ଖବର ଜାଣିବା ପାଇଁ ଆମର ଏହି ଓ୍ବେବସାଇଟ https:/austinnews.in ଲଗଇନ କରନ୍ତୁ।

https:/facebookaustinnews.in

https:/youtubeaustinnews.in

https:/twitteraustinnews.in

Leave A Reply

Your email address will not be published.