ଆଠ ବର୍ଷ ଭିତରେ ରାଜ୍ୟରେ ୨୪୦୩ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ଏଯାଏ ଦଶମ ପାସ ପରେ ୨୦୧୪ ଜଣ ଓ ପ୍ରାୟ ୩୪୭୬ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରେ ନାଁ ନଲେଖାଇ ପାଠପଢା ଛାଡ଼ିଛନ୍ତି । ଆଜି ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏହି ସୂଚନା ଦେଇଛନ୍ତି ।

