ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ ପାଇଁ ବର୍ତ୍ତମାନ ସୁଦ୍ଧା ୩,୧୨,୪୮୨ ସ୍କୁଲରେ ଭିତ୍ତିଭୂମି ନିମନ୍ତେ ୬,୨୬୭,୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଆଜି ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ସେ କହିଛନ୍ତି ଯେ , ଚଳିତ ଆର୍ଥିକ ବର୍ଷରେ ୧୨୪୬୬ଟି ସ୍କୁଲ ପାଇଁ ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁରୀ ଲାଭ କରିଛି। ୧୮୬୭ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ଲାଗି ୧୪ଲକ୍ଷ ୭୯ହଜାର କୋଟିଟଙ୍କା , ୫୧୨ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଲାଇବ୍ରେରି ସାଇନ୍ସ ଲାଵ, ଶୌଚାଳୟ , ବିଦ୍ୟୁତ କରଣ ଓ ଆସବାଵ ପତ୍ର ପାଇଁ ୪୩୨କୋଟି ୮ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦ୍ଵିତୀୟ ପର୍ଯୟରେ ୮ଟି ବ୍ଲକର ୧ହଜାର୧୪୬ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ୬୮୭ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରପ ଆଉଟ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୪ ଜିଲ୍ଲାରେ ୩୦୫୧ଟି ସ୍କୁଲକୁ ମୋ ସ୍କୁଲ ଜରିଆରେ ୧୪ଶହ୨୮ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଖାଲିପଡିଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପକ୍ରିୟା ଜାରିହିଛି।

