ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୫-୦୭-୨୦୨୨
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ପଞ୍ଚାୟତର କାଇମାଟିଆ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ କୁନି କୁନି ପିଲା ମାନଙ୍କୁ ପଚା ଅଣ୍ଡା ଓ ଅତି ନିମ୍ନ ମାନର ବାଦାମ ଲଡୁ ଓ ଅନ୍ୟାନ୍ୟ ସାମଗ୍ରୀ ଦିଆ ଯାଉଥିବା ଅଭିଭାକ ମାନେ ଅଭିଯୋଗ କରିଛନ୍ତି।
ସରକାର କୁନି କୁନି ପିଲା ମାନଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଇଛନ୍ତି କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ,କିନ୍ତୁ ତାହାକୁ ସଠିକ ବିନି ଯୋଗ ହେଉଛି କିଁ ନାହିଁ? ସରକାରୀ ଅର୍ଥର ସଠିକ ବିନିଯୋଗ ହୋଇ ପାରୁଛି କି ନାହିଁ?ଯାହା ବିଭାଗୀୟ ଅଧୀକାରୀଙ୍କ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?ଅଭିଯୋଗ ଅନୁସାରେ, କାଇମାଟିଆ ଅଙ୍ଗନୱାଡି କେନ୍ଦ୍ରରେ ଅଣ୍ଡା,ବାଦାମ ଲଡୁ ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକ ଅତି ନିମ୍ନ ମାନର ଦିଆଯାଉ ଥିବା ଦେଖିବାକୁ ମିଳିଥିଲା।

ଗର୍ଭବତୀ ମହିଳା ଓ କୁନି କୁନି ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଅଣ୍ଡା ଛତୁଆ ଓ ବାଦାମ ଲଡୁ, ଇତ୍ୟାଦି ପ୍ରଦାନର ନିର୍ଦ୍ଦେଶ ରହି ଥିବା ବେଳେ ,ବାସ୍ତବରେ ତାହା କେତେ ଭଲ ଓ ପୁଷ୍ଟିକର ଖାଦ୍ୟ ତାହା ଆଜି କ୍ୟାମେରାରେ କୟେଦ ହୋଇଥିଲା।ଛତୁଆ ଓ ବାଦାମ ଲଡ଼ୁରେ ଫିମ୍ପି ମାରିଥିବାବେଳେ, ପୋକ ସାଲୁବାଲୁ ହୋଇଥିବା ଦେଖିବାକୁ ମିଳିଥିଲା।ଏସବୁ କାହାକୁ ଦିଆ ଯାଉଛି ବୋଲି ପ୍ରଶ୍ନ କରିଥିଲେ ଅଙ୍ଗନବାଡି ଦିଦିଙ୍କୁ ପିଲାଙ୍କ ଅଭିଭାବକ।
ତେବେ ଘଟଣା ସମ୍ପର୍କରେ ଅଙ୍ଗନୱାଡ଼ି ଦିଦିଙ୍କୁ ପଚାରିବାରୁ ଦିଦିଙ୍କ ରାଗ ଘର ପଞ୍ଚମରେ ପହଞ୍ଚିଥିଲା।ବଡଚଣା ଶିଶୁବିକାଶ ଅଧିକାରୀଙ୍କୁ ଅବଗତ ପରେ ,ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।ବ୍ଲକର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ କିଭଳି ବ୍ୟବସ୍ଥାରେ ଚାଲିଛି ,ଶିଶୁ ବିକାଶ ଅଧୀକାରୀ ତଦନ୍ତ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

