News portal website
before header
[URIS id=5393]

ଅସ୍ଥାୟୀ ତମ୍ବୁ ତଳେ ପାଠ ପଢୁଛନ୍ତି ଦେଶର ଭବିଷ୍ୟତ

0 148

ପୁଣି ସାମ୍ନାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ବଲାଙ୍ଗିର ଜିଲା ଗୁଡ଼ଭେଲା ବ୍ଳକ ନୂଆପଡା ପଞ୍ଚାୟତ ଅଧୀନ ତାଣ୍ଡିଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଛି । ଅଭିଯୋଗ ଅନୁଯାୟୀ ତାଣ୍ଡିଗାଁ ବିଦ୍ୟାଳୟରେ ପାଠ ପଢିବା ପାଇଁ ଶ୍ରେଣୀ ଗୃହ ନଥିବାରୁ ଅସ୍ଥାୟୀ ତମ୍ବୁ ତଳେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି। ସୂଚନା ଅନୁସାରେ ୧୯୬୦ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ରୁମ୍ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଗାଁ ଲୋକଙ୍କ ସହଯୋଗରେ ପଲିଥିନର ଅସ୍ଥାୟୀ ତମ୍ବୁ ତଳେ ବିଦ୍ୟାଳୟ ପରିଚାଳିତ ହେଉଛି।

Notice
Leave A Reply

Your email address will not be published.