ଅଷ୍ଟିନ ନ୍ଯୁଜ/ଯାଜପୁର

ତା-୨୫-୦୪-୨୦୨୨
ଡାକ୍ତରୀ ପାଠ ପଢ଼ି ଗୌରବ ଆଣିଛନ୍ତି ଡାକ୍ତରୀ ଛାତ୍ରୀ ସ୍ମୁତିରେଖା ସ୍ବାଇଁ।ଶ୍ରୀମତି ସ୍ବାଇଁ ୨୦୨୦ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଜ୍ଯୋତି ବିହାର ରୁ ଡାକ୍ତରୀ ପାଠରେ ସର୍ବାଧିକ ନମ୍ବର ରଖି ଉତ୍ତୀନ୍ନ ହୋଇଥିଲେ। ଛାତି ଓ ଯକ୍ଷ୍ମା ଉପରେ ଗବେଷଣା କରି ଅଧ୍ଯୟନ କରୁଥିଲେ। କରୋନା ପାଇଁ ସମାବର୍ତ୍ତନ ଉତ୍ସବ ବନ୍ଦ ହେତୁ ୨୦୨୨ ମସିହା ଅପ୍ରେଲ ୨୨ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୩୧ ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ସୁବ୍ରତ କୁମାର ବାଗଚୀ ଡାକ୍ତର ସ୍ବାଇଁଙ୍କୁ ସ୍ବର୍ଣ୍ଣ ପଦକ ଦେବା ସହ ସ୍ନାତ୍ତକୋତ୍ତର ଡିଗ୍ରୀ ପ୍ରଦାନ କରିଛନ୍ତି।

ଶ୍ରୀମତୀ ସ୍ବାଇଁ ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ମହନି ଚରଣ ଭୂଇାଁଙ୍କ ନାତୁଣୀ ବୋହୂ ହେଇଥିବା ବେଳେ,ପ୍ରଫେସର ବିଶ୍ବଜିତ ଭୂଇାଁଙ୍କ ପତ୍ନୀ ଅଟନ୍ତି। ତାଙ୍କର ବାପ ଘର କଟକ ଜିଲ୍ଲା ଆଠଗଡ଼ ହୋଇଥିବା ବେଳେ ଗିରିଜାଶଙ୍କର ସ୍ବାଇଁଙ୍କ କନ୍ଯା ଅଟନ୍ତି।
