ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୨୮-୦୩-୨୦୨୨
ପାହାଡ ପର୍ବତ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଚାଲିଛି ସଚେତନତା କାର୍ଯ୍ୟକ୍ରମ।ଜଙ୍ଗଲରେ ନିଆଁ ନ ଲଗାଇବା ଏବଂ ଗଛ ନ କାଟିବା ତତସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀ ଏବଂ ଡାଳିଯୋଡା ରେଞ୍ଜର ମିଳିତ ଉଦ୍ଯମରେ ଚାଲିଛି ସଚେତନ ସପ୍ତାହ।ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ସଂଙ୍ଗୀତର ନାଚ ମାଧ୍ୟମରେ ସଚେତନତା ବାର୍ତ୍ତା ଉପସ୍ଥାପନ କରାଯାଇଥିଲା।

ଆଜି ସନ୍ଧ୍ଯାରେ ଦର୍ପଣ ତହସିଲ ଅଧୀନରେ ଯାଉଥିବା ତେଲିଗଡ ଭେଡି ସାହି ଠାରେ ଏଥି ନିମନ୍ତେ ଏକ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। କାର୍ଯ୍ୟକ୍ରମରେ ବିଧାନସଭା ସଦାଚାର କମିଟିର ଅଧ୍ଯକ୍ଷ ତଥା ବଡଚଣାର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।ବଡଚଣାର ସମସ୍ତ ନବ ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ଥିଲେ।
