ଦିଲ୍ଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନେହରେ ଆଉଁଶି ଦେଲେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ

ଅଷ୍ଟିନ୍ ନ୍ଯୁଜ/ନୂଆଦିଲ୍ଲୀ
୨୯-୦୩-୨୦୨୨
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ତିନିଦିନଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେ ବିବିସି ତରଫରୁ ଆୟୋଜିତ ‘ସ୍ପୋର୍ଟ୍ସ ଓମେନ୍ ଅଫ୍ ଦି ଇୟର’ ଆୱାର୍ଡ଼ ସେରିମୋନିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳକୁ ପୁରସ୍କୃତ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ।ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଜବରଦସ୍ତ ପ୍ରଦର୍ଶନ ପରେ ସାରା ଦେଶ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ସରକାର ଏବଂ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛି।
ଆଜି ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ସଂସଦ ଭବନରେ ପହଞ୍ଚିଥିଲେ । ସେଠାରେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କ ସହ ହସ ମଜା କରୁଥିବାର ଦେଖିବାକୁ ମିଳିଥିଲା।ସବୁଠୁ ରୋଚକ କଥା ହେଉଛି ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଆଉଁଶି ଦେଇଥିଲେ । ଯେଉଁ ଫଟୋଟି ଏବେ ଭାଇରାଲ୍ ହେବାରେ ଲାଗିଛି ।
ଏହି ଅବସରରେ ସେ ସମସ୍ତଙ୍କୁ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଜୋରଦାର ଢଙ୍ଗରେ ଗୃହରେ ଉପସ୍ଥାପନ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି । ପରେ ମୁଖ୍ୟମନ୍ତ୍ରୀ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲକୁ ଯାଇ ସେଠାରେ ମଧ୍ୟ ବିଜେଡି ଓ ଅନ୍ୟ ଦଳର ସାଂସଦଙ୍କ ସହ କିଛି ସମୟ ବିତାଇଥିଲେ । ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିବାର ସୂଚନା ମିଳୁଛି।

