News portal website
before header
[URIS id=5393]

ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା!

0 405

ଅଷ୍ଟିନ୍ ନ୍ଯୁଜ/ଯାଜପୁର

Notice

ତା-୨୭-ମାର୍ଚ୍ଚ-୨୦୨୨

ଜଙ୍ଗଲ ପାହାଡ ପର୍ବତ ପରିବେଶ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ,ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନରେ ଥିବା ଉଦୟଗିରି ପାହାଡ ପାଦ ଦେଶର ଶୋଳପୁଅ ମାଆ ଠାରେ ସଚେତନତା କାର୍ଯ୍ୟକ୍ରମ ଶେଷ ହୋଇଯାଇଛି।ସଭାରେ ଦର୍ପଣ ତହସିଲଦାର ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ, ଚଣ୍ଡିଖୋଲ ବନାଧୀକାରୀ ଶଶିକାନ୍ତ ବେହେରା ଉପସ୍ଥିତ ରହି ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ମାଗିଥିଲେ।

ଦୀର୍ଘ ଦିନ ଧରି ଏ ଅଞ୍ଚଳର ପାହାଡ,ଖଣି ଏବଂ ଜଙ୍ଗଲ ଜାତ ଦ୍ରବ୍ଯ ବେଧଡକ ଚାଲାଣ ହେଉଥିଲା।ରାଜନୈତିକ ଓ ପ୍ରଶାସନିକ ଗୋଲକଧନ୍ଦାରେ କୌଣସି ପଦକ୍ଷେପ ନିଆ ଯାଉ ନ ଥିବା ସର୍ବସାଧାରଣରେ ଦୀର୍ଘ ସମୟ ଧରି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ଏବଂ ଡାଳିଯୋଡା ବନଞ୍ଚାଳ, କଟକ ବନଖଣ୍ଡର ମିଳିତ ଉଦ୍ଯମରେ ଏକ ସଚେତନତା ଶୋଭାଯାତ୍ରା ଉଦୟଗିରି ପ୍ରାଥମିକ ଚିକିତ୍ସାଳୟରୁ ଆରମ୍ଭ ହୋଇ ଧାଉଡିଆପଦା ସ୍ଥିତ ହନୁମାନ ମନ୍ଦିର ନିକଟରେ ଶେଷ ହୋଇଥିଲା। ଆଜିର ବୈଠକରେ ଗୋପାଳପୁର ପଞ୍ଚାୟତ, ମଝିପଡା ପଞ୍ଚାୟତ, ଅଚ୍ୟୁତବସନ୍ତ ପଞ୍ଚାୟତ, ସାଉଡିଆ ପଞ୍ଚାୟତ, ବରପଦା ପଞ୍ଚାୟତ, ରଇପୁର ପଞ୍ଚାୟତ କୋଲଣଗିରି ପଞ୍ଚାୟତର ସମସ୍ତ ନୂତନ ନିର୍ବାଚିତ ସରପଞ୍ଚ ଏବଂ ସମିତି ସଭ୍ଯ ଉପସ୍ଥିତ ରହି ସେମାନଙ୍କର ମତାମତ ରଖିଥିଲେ।

Leave A Reply

Your email address will not be published.