ଅସୁସ୍ଥ ଖଗେଶ୍ୱର ଜେନା।ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ଗ୍ରାମର ପୂର୍ବତନ ସରପଞ୍ଚ ତଥା ଚଳିତ ନିର୍ବାଚନରେ କଂଗ୍ରେସ ସମର୍ଥନରେ ସାଉଡିଆ ପଞ୍ଚାୟତ ରୁ ସରପଞ୍ଚ ପାର୍ଥୀ ପାଇଁ ପାର୍ଥୀ ପତ୍ର ଦାଖଲ କରିଥିବା ଶ୍ରୀଯୁକ୍ତ ଖଗେଶ୍ୱର ଜେନା ଅସୁସ୍ଥ ।

ଗତକାଲି ତାଙ୍କର ସାନ ପୁଅ ସ୍ନେହାରଞ୍ଜନ ଜେନା ସ୍ଥାନୀୟ ଗୋପାଳପୁର କ୍ଷେତ୍ରୀୟ ଚିକିତ୍ସାଳୟ କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ସହ ୨୪ ଘଣ୍ଟା ରଖିଲା ପରେ ସୁସ୍ଥ ଘୋଷଣା କରି ଘରକୁ ବିଦାକରିଥିବା ଜଣାପଡିଛି।
ଶ୍ରୀଯୁକ୍ତ ଖଗେଶ୍ୱର ଜେନାଙ୍କ ଅସୁସ୍ଥ ଖବର ପାଇ କ୍ୟାପଟେନ ରାଜନାରାୟଣ ମହାପାତ୍ର ଏବଂ ସାଉଡିଆ ପଞ୍ଚାୟତର ଜନସାଧାରଣ ଆଶୁ ଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।
