News portal website
before header
[URIS id=5393]

ଟ୍ରାଙ୍କୁଲାଇଜ କରି ହାତୀକୁ କାବୁ କଲା ବନବିଭାଗ!

0 479

ଦଶ ଦିନ ଧରି ଅବିଭକ୍ତ କଟକ ଜିଲ୍ଲାରେ ହଇଚଇ ସୃଷ୍ଟି କରି ଆସିଥିବା ବଣୁଆ ଦନ୍ତା ହାତୀକୁ ଶେଷରେ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଛି। ଢେଙ୍କାନାଳ ଜିଲ୍ଲାରୁ ବାହାରି ଯାଜପୁର ଜିଲ୍ଲାରେ ପ୍ରବେଶ କରି,କେନ୍ଦ୍ରାପଡ଼ା ବାଟେ କଟକ ଦେଇ ଜଗତସିଂହପୁର ଜିଲ୍ଲା ବୁଲି ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚି ଉତ୍ପାତ କରିଥିଲା ଗୋଟିଏ ବଣୁଆ ଦନ୍ତା ହାତୀ !

Notice

ଇତି ମଧ୍ୟରେ ଯାଜପୁର ଜିଲ୍ଲାରେ ଜଣଙ୍କୁ ଆହତ କରିବା ସହ କଟକ ଜିଲ୍ଲାରେ ଜଣେ ବୃଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଶିଶୁକୁ କଚାଡ଼ି ମାରିଥିଲା !ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗଡ଼ରୋମିତ ଓ ତେରଗାଁ ପଞ୍ଚାୟତରେ ସେହି ହାତୀଟି ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରିଥିଲା !

ଶେଷରେ ହାତୀଟିକୁ ଘଉଡାଇ ପୁଣି ତାର ପଲରେ ଛାଡ଼ିବାର ଆଶା କ୍ଷୀଣ ହୋଇଥିଲା।ବନ ବିଭାଗ ପକ୍ଷରୁ ଓୟୁଏଟି ଓ ନନ୍ଦନକାନନରୁ ପଶୁ ବିଶେଷଜ୍ଞମାନଙ୍କୁ ନେଇ ସେଠାରେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଲୁହା ଶିକୁଳିରେ ବାନ୍ଧି କାବୁ କରି ଆଜି ଏକ ଟ୍ରକ୍ ଯୋଗେ ତାକୁ ତାର ପଲରେ ଛାଡ଼ିବାକୁ ନିଆ ଯାଇଛି।

Leave A Reply

Your email address will not be published.