News portal website
before header
[URIS id=5393]

ଅଭିଯୁକ୍ତକୁ ସିଲଟ ଧରାଇ ଫଟ ଉଠାଇବା ଘଟଣାରେ;ବାଲିଚନ୍ଦ୍ରପୁର ଆଇଆଇସିଙ୍କୁ ଏନଏଚଆରସିର ନୋଟିସ!

0 2,385

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

Notice

ତା-୩୧-୧୦-୨୦୨୧

ଗତ ସେପ୍ଟେମ୍ବର ମାସ ଆଠ ତାରିଖରେ ବାଲିଚନ୍ଦ୍ରପୁର ଥାନା କେସ ନମ୍ବର ୨୭୭ ରେ ମାମଲା ରୁଜୁକରି ଅଭିଯୁକ୍ତକୁ ସିଲଟ ଧରାଇ ଫଟ ଉଠାଇ ସାମାଜିକ ଗଣମାଧ୍ୟମରେ ଫଟ ଭାଇରାଲ ହେବା ଘଟଣାରେ, ରାଜ୍ଯ ମାନବାଧିକାର କମିଶନ ବାଲିଚନ୍ଦ୍ରପୁର ଥାନା ଅଧୀକାରିଣୀଙ୍କୁ ଜବାବ ରଖିବା ପାଇଁ ନୋଟିସ ଜାରି କରିଛନ୍ତି।

ଆସନ୍ତା ନଭେମ୍ବର ୮ ତାରିଖରେ ରାଜ୍ଯ ମାନବାଧିକାର କମିଶନରେ ରିପୋର୍ଟ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।ସୂଚନା ମୂତାବକ ଏହି ଥାନା ଅନ୍ତର୍ଗତ କଳାଶ୍ରୀ ଗ୍ରାମର ଜଶଦୀପ୍ତ ସାମଲକୁ ପୋଲିସ କେସ ନମ୍ବର ୨୭୭ରେ ଗିରଫ କରିଥିଲା।

ଭାରତୀୟ ପିଙ୍ଗଳ କୋଡ ୩୪୧,୨୯୪,୩୮୫,୩୫୪,୩୨୩,୩୫୩,୪୨୭,୫୦୬ ଓ ୩୪ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିଲା ବାଲିଚନ୍ଦ୍ରପୁର ପୋଲିସ।

୭ବର୍ଷରୁ କମ ସଶ୍ରମ କାରାଦଣ୍ଡରେ ପୋଲିସ ସିଆରପିସି ୪୧(A) ରେ ମାମଲା ରୁଜୁକରିବାର ନିୟମ ରହିଛି।ଏ ନେଇ ରାଜ୍ଯ ମାନବାଧିକାର କମିଶନର ସ୍ପଷ୍ଟ କରିଛନ୍ତି।କେଉଁ ଆଇନ ବଳରେ ଥାନାଧିକାରୀଣୀ ସିଲଟ ଧରାଇ ଫଟ ଉଠାଇଲେ ଏହାର ରିପୋର୍ଟ ଦବାକୁ ଅଧୀକାରୀଣୀଙ୍କୁ ନିର୍ଦ୍ଦେଶ ରହିଛି।ଏହି ଘଟଣାରେ ଯଶୋଦୀପ୍ତ ସାମଲଙ୍କ ପତ୍ନୀ ଉପାସନା ପାତ୍ର ରାଜ୍ଯ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.