ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

ତା-୦୨-୧୧-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
କେନ୍ଦ୍ରସରକାରଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଅନ୍ୟାନ୍ୟ ଜିନିଷର ଅହେତୁକ ବର୍ଦ୍ଧିତ ଦରଦାମ ବୃଦ୍ଧିକୁ ନିନ୍ଦା କରିବା ସହିତ ବିକ୍ଷୋଭ କରିଥିଲା ବିଜେଡି।ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଜିତେନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ଦାସ, ଆଦିତ୍ୟ ପଣ୍ଡା,ଦଳୀୟ କର୍ମୀଙ୍କ ନେତୃତ୍ୱରେ,ଉଦଳା ଉପଖଣ୍ଡର ଉପଜିଲ୍ଲାପାଳ ମହୋଦୟଙ୍କ ଅଫିସ ପ୍ରାଙ୍ଗଣରେ ଧାରଣାରେ ବସିଥିଲେ।ଉପଜିଲ୍ଲା ପାଳଙ୍କୁ ଏକ ଲିଖିତ ମାନପତ୍ର ପ୍ରଦାନ କରି ବର୍ଦ୍ଧିତ ଦରଦାମ କେନ୍ଦ୍ରସରକାର ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ବିଜେଡି ତାର କଡା ଜବାବ ଦେବା ସହିତ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ଏହି ପ୍ରତିବାଦ ସଭାରେ ମହିଳା ବିଜୁ ଜନତା ଦଳ ର ସଂଯୋଜକ ଭାରତୀ ହାଁସଦା,ନଗର ମହିଳା ବିଜେଡି ସଭାନେତ୍ରୀ ପ୍ରେମଲତା ଜେନା, ଉଦଳା ବ୍ଳକ ମହିଳା ସଭାନେତ୍ରୀ ବିଷ୍ଣୁ ପ୍ରୀୟା ପଣ୍ଡା, କପ୍ତିପଦା ବ୍ଳକ ସଭାନେତ୍ରୀ ସସ୍ମିତା ବାରିକ୍, ଗୋପବନ୍ଧୁ ନଗର ଵ୍ଳକ ସଭାନେତ୍ରୀ ଜୟନ୍ତୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରି ସଭାନେତ୍ରୀ ସବିତା ହାଁସଦା, ଜିଲ୍ଲା ମହିଳା ଉପ ସଭାନେତ୍ରୀ ଭାନୁମତି ଦାସ, ଜିଲ୍ଲା ସାଧାରଣ ସଂପାଦକ ଅନୂପମା ପଟ୍ଟନାୟକ, ଗୀତା ବେହେରା, ଜିଲ୍ଲା ମହାସଂଘ ସମ୍ପାଦକ ସୁଦୀପ୍ତା ବାରିକ୍, ଜିଲ୍ଲା ସଂପାଦକ ଉର୍ମିଳା ନାୟକ, ଆଇ.ଟି.ସଂପାଦକ ରଞ୍ଜିତା ବାନାର୍ଜୀ,ସୁରେଖା ଜେନା, ବିଜୟା ବାରିକ୍, ଗୀତାଞ୍ଜଳି ସାହୁ, ଗାୟତ୍ରୀ ବିନ୍ଧାଣି, ଗୋମତୀ ବିନ୍ଧାଣି, ପୁଷ୍ପଲତା ନାଏକ,ଭଗବତୀ ଜେନା,ମିନତି ବିଶ୍ୱାଳ, ଶାନ୍ତି ଲତା ଜେନା, ଖୁଲଣା ପାତ୍ର, ରୋଜାଲିନ ପାତ୍ର, ଶକୁନ୍ତଳା ଧଳ,ଫୁଲମଣୀ ସାହୁ, ରେବତୀ ହାଁସଦା, ମମତା ସିଂ, ନମିତା ନାୟକ, ମାଣିକ ମଢୁଆଳ, କମଳିନୀ ବେହେରା ସହିତ ଦଳର ଅନ୍ୟତମ,ନେତୃବୃନ୍ଦ ,ମୋନଜ ମହାନ୍ତି, ବିଜେଡି ବ୍ଳକ ସଭାପତି ବନମାଳୀ ବେହେରା, ସୁବାସ ଚନ୍ଦ୍ର ସାଏ, କୁନୁ ମୁର୍ମୁ, ଗୋବିନ୍ଦ ନାୟକ,କାର୍ମି ମୁର୍ମୁ, ବିନୋଦ ଦାସ, ଅନୀଲ ମହାପାତ୍ର, ଆଶିଷ ଦାସ, ଏବଂ ସାଙ୍ଗଠନିକ ପଦାଧିକାରୀ ଓ ବିଭିନ୍ନ ନିର୍ବାଚନ ମଣ୍ଡଳୀର ହଜାର , ହଜାର ବିଜେଡି ମହିଳାକର୍ମୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତିକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ଆଗାମୀ ଦିନରେ ଏଇ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବା ପାଇଁ ଆହ୍ବାନ ଦେଇଥିଲେ ।

ପରିଶେଷରେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

