News portal website
before header
[URIS id=5393]

ଉଦଳାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା।

0 270

ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ

ତା-୨୫-୧୦-୨୦୨୧

ମୟୂରଭଞ୍ଜ ବିଜେପି ଦଳ ତରଫରୁ ୧୨ଘଣ୍ଟିଆ ବନ୍ଦର ପ୍ରଭାବ ଉଦଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଅଛି । ବିଜେପି ଦଳ ୧୬ ଦଫା ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଅଛି।ଆଜି ଉଦଳା ବିଜେପି ଦଳର ବିଧାୟକ ଭାସ୍କର ମଢେଇଙ୍କ ଆହ୍ୱାନରେ ଶତାଧିକ ଯୁବକସହିତ ବହୁ ବିଜେପିର ବରିଷ୍ଠ ନେତା ମଟରସାଇକେଲ ରାଲି ବାହାର କରି ବଜାର,ଶିକ୍ଷାନୁଷ୍ଠାନ,ବ୍ୟବସାୟ ଅନୁଷ୍ଠାନ,ଚାରିଚକିଆ ଯାନବାହନ,ବସ,ଇତ୍ୟାଦିକୁ ବନ୍ଦ କରିଛନ୍ତି।

ଔଷଧଦୋକାନ,ଜରୁରୀକାଳୀନ ସେବା,ତେଲ ଟାଙ୍କି ଇତ୍ୟାଦିକୁ ଏହି ବନ୍ଦରେ ସାମିଲ କରି ନାହାଁନ୍ତି ।ମମିତା ମେହେର ହତ୍ୟାକାଣ୍ଡ ପଛରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରକୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହିତ ଜେଲକୁ ପଠାଇବା ବିଳମ୍ବ ହେବା ଯୋଗୁଁ ଆନ୍ଦୋଳନ ତୀବ୍ର ହୋଇଛି।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ କଳା ପତକା ପ୍ରଦର୍ଶନ କରିଥିବା ବିଜେପି ଦଳୀୟ କର୍ମୀଙ୍କୁ ବିଜେଡି ଦଳ ତରଫରୁ ମାଡ ମାରିବା ଯୋଗୁଁ ମୟୂରଭଞ୍ଜ ବିଜେପି ଦଳ,ଏହି ବନ୍ଦ ଡାକରା ଦେଇଛି।ବିଜେପି ଦଳର ଯୁବ,ମହିଳା,ରାଜ୍ୟସ୍ତରୀୟ ନେତା,ଜିଲ୍ଲା ସ୍ତରୀୟନେତା ଓ ବହୁ ବରିଷ୍ଠ ବିଜେପି ନେତା ଏହି ବନ୍ଦରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.