News portal website
before header
[URIS id=5393]

ଭକ୍ତ ଦାସିଆ ବାଉରୀଙ୍କ ଜନ୍ମ ବାର୍ଷିକ ପାଳନ ନେଇ ବୈଠକ ଶେଷ!

0 328

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର

Notice

ତା-୨୫-୧୦-୨୧

ଭକ୍ତ ଦାସିଆ ବାଉରୀଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି,ସଭାପତି ଶ୍ରୀମତୀ ପ୍ରତିଭା ମହାରଥୀଙ୍କ, ଅଧ୍ୟକ୍ଷତାରେ ସଭା ହୋଇଥିଲା।ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗଦାଧର ଦାସ, ସମ୍ପାଦକ ଘନଶ୍ୟାମ ସ୍ୱାଇଁ କିପରି ଜନ୍ମ ବାର୍ଷିକ ପୂର୍ବରୁ ପୀଠ ମନ୍ଦିରର ସଫା ସୁତୁରା କରା ଯିବା ସହିତ ପୁଷ୍କରିଣୀ ର ସଫା କରାଯିବ ଏ ନେଇ ପ୍ରସ୍ତାବ ଦେଇଥିଲେ।ତତସହିତ ଗ୍ରାମବାୀମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସମ୍ପାଦକ ନାରାୟଣ ମହାପାତ୍ର ଉପସ୍ଥିତ ହୋଇ ଭଜନ କାର୍ଯକ୍ରମକୁ ପରିଚାଳନା ନିମନ୍ତେ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ।ଡ.ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ମାଗଣା ହୋମିଓପାଥିକ ଚିକିତ୍ସା ସକାଳ ୧୦ଘଟିକାରୁ ଆରମ୍ଭ କରାଯାଇ ୪ଟା ରେ ସାରିବା ପାଇଁ ସ୍ଥିର କରାଗଲା, ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀଙ୍କ ଦ୍ଵାରା ବେଦ ପାଠ ପରେ ନିମନ୍ତ୍ରିତ ଅତିଥି ମାନକ ଭକ୍ତ ଦାସିଆଙ୍କ ସ୍ମୃତି ଚାରଣ।ଅଧ୍ଯାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ କରାଯିବ।

ଆଜିର କାର୍ଯ୍ୟକ୍ରମରେ ଅବନୀକାନ୍ତ ପାଟ୍ଟଶାଣୀ,ରୋହିତ କର,ରାଧାମଣି ପ୍ରଧାନ,କବିନ୍ଦ୍ର ବେହେରା, ସଞ୍ଜୟ ସାହୁ, ଗିରିଧାରୀ ପଲେଇ, ଜୟକୃଷ୍ଣ ରାଉତ, ଲକ୍ଷ୍ମୀଧର ଲେଙ୍କା,ପଞ୍ଚୁ ଜେନା ଓ ରାଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ବରିଷ୍ଠ ସଦସ୍ୟ ଅବନୀକାନ୍ତ ପାଟ୍ଟଶାଣୀ ସଭାପତି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଭକ୍ତ ଦାସିଆ ବାଉରୀ ସ୍ମୃତି କମିଟି।

Leave A Reply

Your email address will not be published.