News portal website
before header
[URIS id=5393]

ମାର୍ଚ୍ଚ ୫ ପୂର୍ବରୁ ସରିବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ!

0 415

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୦୫-୧୦-୨୦୨୧

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ଆଭାସ ଆସୁଛି।ସରକାରୀ ପ୍ରସ୍ତୁତ ଅନୁଯାୟୀ ଆଗାମୀ ୮ ତାରିଖରେ ୱାର୍ଡମେମ୍ବର,ସରପଞ୍ଚ,ପଞ୍ଚାୟତ ସମିତି ସଦସ୍ୟ ଓ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ।୨୬ରେ ଜାରି ହେବ ଚୂଡାନ୍ତ ତାଲିକା।

ଜିଲ୍ଲା ପରିଷଦ ପଦବୀ ପାଇଁ ମଧ୍ୟ ୮ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ,୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୧୬ରେ ଚିଠା ଏବଂ ୨୬ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।ଏଥିପାଇଁ ତ୍ୱରିତ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ପଂଚାୟତିରାଜ ବିଭାଗ । ଆଗାମୀ ୨୦୨୨ ମାର୍ଚ୍ଚ ୫ ତାରିଖରେ ପଂଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ।ତେଣୁ ନିୟମ ଅନୁସାରେ ତା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.