News portal website
before header
[URIS id=5393]

ଛତୁଆ ନାଁରେ ଗୋଖାଦ୍ୟ ଯୋଗାଣ ହେଉଛି ରାଜ୍ୟ ସାରା!

0 366

ଛତୁଆ ନାଁରେ ଗୋଖାଦ୍ୟ ଯୋଗାଣ ହେଉଛି ରାଜ୍ୟ ସାରା। ଇଏ ପ୍ରଥମ କି ଉଦାହରଣ ନୁହେଁ।ପୂର୍ବରୁ ବହୁ ସିଡିପିଓ ଲାଞ୍ଚ ନେଇ ଧରାପଡ଼ିଛନ୍ତି।ଅନେକ ଉପରକୁ ସନ୍ତୁଷ୍ଟ କରି ଲାଞ୍ଚ ଟଙ୍କାରେ ଅୟସ କରୁଛନ୍ତି।ବିଷାକ୍ତ ଛତୁଆ ଖାଇ ପିଲାଏ ଜୀବନ ତମାମ ରୁଗ୍‌ଣ ରହୁଛନ୍ତି।

Notice

ଅଷ୍ଟିନ୍ ନ୍ଯୁଜ/କଳାହାଣ୍ଡି

ତା-୦୫-୧୦-୨୦୨୧

୧୧ ଲକ୍ଷ ଟଙ୍କାର ଛତୁଆ ବିଲ୍‌ ପାସ୍‌ କରାଇ ଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ସିଡିପିଓ।ଧରିଦେଲା ଭିଜିଲାନ୍ସ,ଟଙ୍କା ଜବତ କରିବା ସହ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡ଼ିପିଓ ମୀନା କୁମାରୀ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌।

ସୂଚନା ଅନୁଯାୟୀ,ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ ପାସ୍‌ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସିଡିପିଓ।ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏ ସମ୍ପର୍କରେ ଭିଜଲାନ୍ସକୁ ଖବର ଦେଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ସେମାନେ ୮୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଜୟପୁର ଓ ଭବାନୀପାଟଣାରୁ ଆସିଥିବା ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ସିଡିପିଓଙ୍କଠାରୁ ଟଙ୍କା ଜବତ କରିବା ସହ ୧୧ ହଜାର ଟଙ୍କାର ଏକ ପ୍ରସ୍ତୁତ ଚିଠା ଜବତ ମଧ୍ଯ କରିଛି, ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.