ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୦୫-୧୦-୨୦୨୧
ବିଧାନସଭାରେ ଶପଥ ନେଲେ, ପିପିଲି ବିଧାୟକ-ରୁଦ୍ର ପ୍ରତାପ ମହାରଥୀ। ବର୍ଷେ ତଳେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇ ଥିଲେ, ଦିବଂଗତ ବିଧାୟକ-ପ୍ରଦୀପ ମହାରଥୀ।

ଗତ ସେପ୍ଟେମ୍ବର ତିରିଶରେ ଉପ-ନିର୍ବାଚନ ସରିଥିବା ବେଳେ ଅକ୍ଟୋବର ୩ରେ ଭୋଟ ଗଣନା ହୋଇଥିଲା।ପ୍ରତିଦ୍ବନ୍ଦୀ ଆଶ୍ରୀତ ପଟ୍ଟନାୟକଙ୍କୁ ହରାଇ କୋଡ଼ିଏ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ରୁଦ୍ର ପ୍ରତାପ।ଆଜି ବିଧାନସଭାରେ ବାଚସ୍ପତି ଡ. ସୂର୍ଯ୍ଯପାତ୍ର ଶପଥ ପାଠ କରାଇ ଥିଲେ, ପିପିଲି ଡେଲାଙ୍ଗ ଜନସାଧାରଣଙ୍କ ବିକାଶ ପାଇଁ ସଦାସର୍ବଦା ରୁଦ୍ର ଉତ୍ସର୍ଗୀକୃତ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି।
