News portal website
before header
[URIS id=5393]

ସରକାରୀ କର୍ମଚାରୀ ପୋତିଲେ ରାସ୍ତାର ଖାଲ।

0 374

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

ତା-୦୫-୧୦-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ସରକାରଙ୍କ ବଡ଼ବଡ଼ ଯୋଜନା ସହରର ଉନ୍ନତି ପାଇଁ ଚେଷ୍ଟା ଚାଲିଛି।ଉଦଳା ଏନଏସିର ଅଧିକାଂଶ ରାସ୍ତାର ଅବସ୍ଥା ଉନ୍ନତମାନର ନୁହେଁ ଫଳରେ ଅନେକ ରାସ୍ତା ଖାଲ ଖମାରେ ରହିଛି।ଉଦଳାରେ ଅବସ୍ଥିତ ଉପଜିଲ୍ଲାପାଳଙ୍କ ଅଫିସ ଆଗଦେଇ ଗଲେ ଉଦଳା ଷ୍ଟେଟବ୍ୟାଙ୍କ ,ଆଇ ଟିଡିଏ ଅଫିସ ,ଲେବର ଅଫିସ ,ବଡ଼ବଡ଼ ଡାକ୍ତରମାନଙ୍କ ସରକାରୀ ବାସଭବନ ,ଉଦଳା ପ୍ରେସକ୍ଲବ ,ଉପଖଣ୍ଡ ଅବକାରୀ ଅଫିସ ଓ ଏନ ଏ ସି ର ଏକ ନମ୍ବର ୱାର୍ଡର ଲୋକମାନେ ଚଳାଚଳ କରନ୍ତି ।

ହଜାର ହଜାର ଲୋକଙ୍କ ସହିତ ବହୁତ ଅଧିକାରୀ ଏପରିକି ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଯନ୍ତ୍ରୀ ,ବହୁତ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନେ ଏହି ରାସ୍ତାରେ ଥିବା ଖାଲ ଦେଇ ଯାତାୟାତ କରନ୍ତି । ବେଳେ ବେଳେ ଅନେକ ଲୋକେ ଏଠାରେ ଦୁର୍ଘଟଣାରେ ଶିକାର ହୋଇ ହୁଅନ୍ତି।ହେଲେ କୌଣସି ଅଧିକାରୀ ଏହି ଛୋଟ ରାସ୍ତା ମରାମତି ପାଇଁ ଗୁରୁତ୍ୱ ଦେଇ ନାହାନ୍ତି।

ଉଦଳା ଆଇଟିଡିଏ ଅଫିସରେ କାର୍ଯ୍ୟକରୁଥିବା ରାତ୍ରି ଜଗୁଆଳି ସରୋଜ ମୁଖି ସକାଳୁ ନିଜେ ମୋରମ ବୋହି ଖାଲକୁ ପୋତୁ ଥିବାର ନଜର ଆସିଥିଲା।ସରକାରୀ କର୍ମଚାରୀର ଛାପ ବାଜିଥିଲେ ମଧ୍ଯ ସେ ନିଷ୍ଠା ଓ ମାନବିକତା ଦେଖାଇ କାର୍ଯ୍ୟ କରିଛନ୍ତି ।ଉଦଳା ଏନଏସି ଏହିପରି ରାସ୍ତା ଉପରେ ଥିବା ଖାଲ ଗୁଡିକୁ ଦେଖି ମରାମତି କରିଲେ ଲୋକଙ୍କ ଯାତାୟାତ ସୁବିଧା ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Leave A Reply

Your email address will not be published.