News portal website
before header
[URIS id=5393]

ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ସଭା!

0 363

ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ

ତା-୦୪-୧୦-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଦିନକୁ ଦିନ କପ୍ତିପଦା ଉପଖଣ୍ଡରେ ସଭାସମିତି , ସଚେତନତା,ରକ୍ତଦାନ ବୃକ୍ଷରୋପଣ ଓ ବିଭିନ୍ନ ରାଜନୈତିକ କାର୍ଯ୍ୟ କରାଯାଇଛି । ବିଜୁଜନତା ଦଳର ଛାତ୍ରଛାତ୍ରୀ ,ଯୁବ ,ମହିଳା , ନୂଆପୁରୁଣା ମୁହଁ ସବୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ବ୍ୟାନର ତଳେ ଦଳକୁ ଆଗକୁ ନେବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ଆଗକୁ ଦୁଇ ଦୁଇଟି ନିର୍ବାଚନ ସାମ୍ନା କରିବେ,ତେଣୁ ଆଗୁଆ ସଜବାଜ ହେଉଛନ୍ତି ।ଉଦଳା ସିପରନ ହୋଟେଲ ପରିସରରେ ଉଦଳା ବ୍ଲକ ବିଜୁ ଯୁବ ଜନତା ଦଳ ତରଫରୁ ଧୁମଧାମରେ ଏକ ସମ୍ବର୍ଦ୍ଧନା ସଭା ସଭାପତି ବିନୋଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇ ଅଛି ।ଆଗମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧୨ଟି ପଞ୍ଚାୟତରୁ ଆସିଥିବା ଯୁବ ସଭାପତି ଓ ସୋସିଆଲ ମିଡ଼ିଆର କୋ-ଅଡିନେଟର ମାନଙ୍କୁ ପୁଷ୍ପ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।

ଏହି ସଭାରେ ଓଡ଼ିଶା ସରକାରଙ୍କ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ,ଉଦଳାର ପୂର୍ବ ତନ ବିଧାୟକ ଶ୍ରୀନାଥ ସୋରେନ,ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ଡାକ୍ତର ଦେବାଶିଷ ମାରାଣ୍ଡି ,ରାଜ୍ୟ ସମ୍ପାଦକ କୃଷ୍ଣ ଚରଣ ଦାସ ,ରାଜ୍ୟ ଯୁବ ବିଜେଡିର ଉପ ସଭାପତି ଛବି ମାହାଲି ,ଜିଲ୍ଲା ଯୁବ ସଭାପତି ଅରୁଣ ବରାଳ ,ପୂର୍ବତନ ନଗରପାଳ ମନୋଜ ମହାନ୍ତି ,ରାଜ୍ୟ ସଂପାଦକ ମଳୟ ପତ୍ରୀ ଓ ବହୁତ ନେତା ଉପସ୍ଥିତ ଥିବା ବେଳେ ୧୨ଗୋଟି ପଞ୍ଚାୟତର ବହୁ ଯୁବକର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.